ଓଡିଶା

odisha

ETV Bharat / state

କେନ୍ଦୁଝରରେ ଦୁଇଟି ସ୍ଥାନରେ ଦୁର୍ଘଟଣା; 2 ମୃତ, 3 ଗୁରୁତର ଆହତ - two different accident

କେନ୍ଦୁଝର ସଦର ଥାନା ଗୋପାଳପୁର ନିକଟରେ ଘଟିଛି ଦୁଇଟି ପୃଥକ ପୃଥକ ଦୁର୍ଘଟଣା। ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏଠାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

two different accident
କେନ୍ଦୁଝରରେ ଦୁଇଟି ସ୍ଥାନରେ ଦୁର୍ଘଟଣା; 2 ମୃତ, 3 ଗୁରୁତର ଆହତ

By

Published : Feb 2, 2020, 1:40 PM IST

କେନ୍ଦୁଝର: ଜିଲ୍ଲାର ସଦର ଥାନା ଅଧିନସ୍ଥ ଗୋପାଳପୁର ନିକଟରେ ଘଟିଛି 2ଟି ପୃଥକ ପୃଥକ ଦୁର୍ଘଟଣା। ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏଠାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ଗତକାଲି ରାତିରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହୋଇ 3 ଜଣ ଗୁରୁତର ହୋଇଥିବାବେଳେ କିଛି ସମୟ ବ୍ୟବଧାନରେ ଦୁଇଟି ଟ୍ରକ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ଏପରି ଘଟିଥିଲା ଯେ 2 ଜଣ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ଚାରି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରକକୁ କାଟି ମୃତ ଡ୍ରାଇଭରଙ୍କ ଶବକୁ କାଢିଥିଲା ।

କେନ୍ଦୁଝରରେ ଦୁଇଟି ସ୍ଥାନରେ ଦୁର୍ଘଟଣା; 2 ମୃତ, 3 ଗୁରୁତର ଆହତ

ଏହି ଦୁର୍ଘଟଣା ଫଳରେ 20 ନମ୍ବର ଜାତୀୟ ରାଜପଥରେ ଜାମ ହୋଇଥିବା ବେଳେ, ଦୁଇ ପଟୁ ଦଶ କିଲୋମିଟର ଧରି ଟ୍ରକ ଛିଡା ହୋଇରହିଛି । ଅନ୍ୟପଟେ ଦୀର୍ଘ ବର୍ଷରୁ ଏନଏଚଆଇ ଟୋଲ ଆଦାୟ କରିଥିଲେ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ କରୁନଥିବା କାରଣରୁ ଦୁର୍ଘଟଣା ବଢୁଥିବା ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details