କେନ୍ଦୁଝର: ବଡ଼ବିଲ ବିରସା ମୁଣ୍ଡା ଛକ ନିକଟରେ ଘଟିଛି ଅଘଟଣ । ଡ୍ରାଇଭରର ଅସାବଧାନତା ଯୋଗୁଁ ୧୧ କେଭିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହେଲେ 2 ଶିଶୁ । ଗୁରୁତର ୨ ଜଣ ହେଲେ ଗାଡ଼ାହଟିଂ ଅଂଚଳର ସୁଜିତ୍ ଦାସ ଏବଂ ୧୨ ବର୍ଷର ଶିଶୁ ଅମିତ ଦାସ । ଏକ ହାଇଭା ଗାଡ଼ିଟି ବିରସା ମୁଣ୍ଡା ଛକ ନକଟରେ ଛିଡ଼ା ହୋଇଥିବା ସମୟରେ ସୁଜିତ୍ ଏବଂ ଅମିତ ଗାଡ଼ିରେ ଗ୍ରୀସିଂ କାମ କରୁଥିଲେ ।
ଡ୍ରାଇଭରର ଅସାବଧାନତା:ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁ ଗୁରୁତର - ବଡ଼ବିଲ ବିରସା ମୁଣ୍ଡା ଛକ
ବଡ଼ବିଲ ବିରସା ମୁଣ୍ଡା ଛକ ନିକଟରେ ଘଟିଛି ଅଘଟଣ । ଡ୍ରାଇଭରର ଅସାବଧାନତା ଯୋଗୁଁ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହେଲେ 2 ଶିଶୁ ଶ୍ରମିକ । ଅଧିକ ପଢନ୍ତୁ...

ଡ୍ରାଇଭରର ଅସାବଧାନତା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁ ଶ୍ରମିକ ଗୁରୁତର
ଡ୍ରାଇଭରର ଅସାବଧାନତା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁ ଶ୍ରମିକ ଗୁରୁତର
ତେବେ ଏହି ସମୟରେ ହାଇୱା ଡ୍ରାଇଭର ଗାଡ଼ି ଡାଲାକୁ ହଠାତ୍ ଟେକି ଦେବାରୁ ଉପରେ ଯାଇଥିବା ୧୧ କେଭିଏ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସୁଜିତ ଓ ଅମିତ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଦୁହିଁକୁ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିଲା, ଏବଂ ପରେ ଉଭୟଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ