ଓଡିଶା

odisha

ETV Bharat / state

50 ପରିବାରକୁ ଗୋଟିଏ ନଳକୂପ, ବର୍ଷାଦିନେ ବି ଜଳାଭାବ - Tube well problem

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଗୋପାଳପୁର ଗାଁଟି ଏକ ଆଦିବାସୀ ଅଧ୍ୟୁଷିତ ଗାଁ ଭାବେ ପରିଚିତ। ସେଠାରେ ଥିବା ଗୋଟିଏ ନଳକୂପରୁ ଏତେ ଅପରିଷ୍କାର ପାଣି ବାହାରୁଛି ଯେ, ଲୋକମାନେ ରୋଗ ବିମାରରେ ପଡୁଛନ୍ତି । ଅଧିକ ପଢନ୍ତୁ...

50 ପରିବାରକୁ ଗୋଟିଏ ନଳକୂପ, ବର୍ଷାଦିନେ ବି ଜଳାଭାବ
50 ପରିବାରକୁ ଗୋଟିଏ ନଳକୂପ, ବର୍ଷାଦିନେ ବି ଜଳାଭାବ

By

Published : Aug 7, 2021, 7:32 PM IST

ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଗୋପାଳପୁର ଗାଁ। ଏହି ଗାଁଟି ଆଦିବାସୀ ଅଧ୍ୟୁଷିତ ଗାଁ ଭାବେ ପରିଚିତ। ଏହି ଗାଁର ଗୋଟିଏ ସାହିରେ ପ୍ରାୟ ୫୦ରୁ ଅଧିକ ପରିବାର ବାସ କରୁଥିବାବେଳେ ପାଣି ପିଇବାକୁ ଅଛି ମାତ୍ର ଗୋଟିଏ ନଳକୂପ। ନଳକୂପର ପାଣି ଏତେ ଅପରିଷ୍କାର ଯେ, ତାକୁ ପିଇବା ଦ୍ୱାରା ସୃଷ୍ଟି ହେଉଛି ଅନେକ ରୋଗ। ତେଣୁ ଗାଁର ଲୋକମାନେ ପାଣି ନିମନ୍ତେ ନିର୍ଭର କରୁଛନ୍ତି ଗାଁ ଠାରୁ ମାଇଲିଏ ଦୂରରେ ଥିବା ଏକ ନାଳ ଉପରେ।

50 ପରିବାରକୁ ଗୋଟିଏ ନଳକୂପ, ବର୍ଷାଦିନେ ବି ଜଳାଭାବ
ଗରିବ ଆଦିବାସୀ ଲୋକମାନେ ଭଲରେ ରହିବା ନିମନ୍ତେ ସରକାରଙ୍କ ଯୋଜନା ଉପରେ ଯୋଜନା ରହିଛି। ହେଲେ, ପ୍ରକୃତପକ୍ଷେ ଏହି ଅବସ୍ଥା ଦେଖିଲେ ଲାଗେ ସେସବୁ ଯୋଜନା ଯେମିତି ଏହି ଆଦିବାସୀ ମାନଙ୍କ ପାଇଁ ନୁହଁ । ବାଧ୍ୟବାଧକରେ ଏହି ନାଳ ପାଣି ପିଇ ରୋଗକୁ ନିମନ୍ତ୍ରଣ କରୁଛନ୍ତି ଏହି ନିରୀହ ଆଦିବାସୀ ମାନେ। ଅନ୍ୟପକ୍ଷରେ ଉପରିସ୍ଥ ଅଧିକାରୀ ଏବଂ ପଞ୍ଚାୟତ କର୍ମଚାରୀମାନେ ଏସମ୍ପର୍କରେ କ୍ୟାମେରା ଆଗରେ ମୁହଁ ନଖୋଲିବା ସହିତ ସମ୍ପୂର୍ଣ୍ଣ ରୂପେ ନିରବଦ୍ରଷ୍ଟା ସାଜିଛନ୍ତି। ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଏଦିଗରେ କିଛି ପଦକ୍ଷେପ ନେଲେ ନିରୀହ ଆଦିବାସୀଙ୍କ ଜୀବନ ବଞ୍ଚି ପାରନ୍ତା।ଆନନ୍ଦୁପରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details