କେନ୍ଦୁଝର: ଟ୍ରଲର ଯୋଗେ ଖଣିଜ ସମ୍ପଦ ପରିବହନକୁ ନେଇ ଟ୍ରକ ମାଲିକ ସଂଘର ବିରୋଧ । ଟ୍ରକ ମାଲିକ ମଞ୍ଚର ଆବାହକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରୋଟାରୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଲରରେ ଖଣିଜ ସମ୍ପଦ ପରିବହନକୁ ତୀବ୍ର ବିରୋଧ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- କଟୁଛି ଅହେତୁକ ଇ-ଚାଲାଣ, ଟର୍ମିନାଲ ନିର୍ମାଣ ପାଇଁ କଟକ ଭୁବନେଶ୍ବର ମିନି ଟ୍ରକ ମାଲିକ ସଂଘର ଦାବି
ଟ୍ରକ୍ ଯୋଗେ ଖଣିଜ ସମ୍ପଦ ପରିବହନ କରି ଜିଲ୍ଲାର ହଜାର ହଜାର ଶିକ୍ଷିତ ବେକାରୀ ନିଜର ପେଟପାଟଣା ଚଳାଇ ଆସୁଛନ୍ତି । ହେଲେ ପ୍ରଥମେ ରେଳ ଏବଂ ପରେ ପାଇପ୍ଲାଇନ୍ ଯୋଗେ ଖଣିଜ ସମ୍ପଦ ପରିବହନ ପରଠାରୁ ଜିଲ୍ଲାର ଟ୍ରକ ମାଲିକ କାମଧନ୍ଦା ନପାଇ ଭୋକ ଉପାସରେ ଜୀବନ ଅତିବାହିତ କରିଆସୁଛନ୍ତି । ଏହାକୁ ନେଇ ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ଏବେ ଗତ କିଛି ବର୍ଷ ଧରି ଜିଲ୍ଲା ବାହାରର ଅଣ ଓଡ଼ିଆ ଠିକାଦାର ଜିଲ୍ଲା ଓ ରାଜ୍ୟ ବାହାରକୁ ଟ୍ରଲର ଯୋଗେ କମ୍ ପରିବହନ ମୂଲ୍ୟରେ ଖଣିଜ ସମ୍ପଦ ପରିବହନ କରୁଛନ୍ତି । ଯାହାକୁ ନେଇ କେନ୍ଦୁଝର ଜିଲ୍ଲାର ଖଣିଜ ପରିବହନ ସୁଯୋଗରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହୋଇଛି ।