ଓଡିଶା

odisha

12 ଚକିଆ ଟ୍ରକକୁ ପିଟିଲା 14 ଚକିଆ ଟ୍ରକ, ଡ୍ରାଇଭର ମୃତ

By

Published : Feb 17, 2020, 8:34 AM IST

Updated : Feb 17, 2020, 12:28 PM IST

ସୋମବାର ସକାଳୁ ଟାଉନ ଥାନା ଅନ୍ତର୍ଗତ ଶିରିଷପାଳ ପଞ୍ଚାୟତର ବାଦାମପଟି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାରେ ଜଣଙ୍କ ମୃତ୍ୟୁ ।

truck hits truck in kendujhar, keonjhar latest news, accident in keonjhar, କେନ୍ଦୁଝରରେ ସଡକ ଦୁର୍ଘଟଣା, କେନ୍ଦୁଝରରେ ଟ୍ରକକୁ ପିଟିଲା ଟ୍ରକ, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌
12 ଚକିଆ ଟ୍ରକକୁ ପିଟିଲା 14 ଚକିଆ ଟ୍ରକ, ଡ୍ରାଇଭର ମୃତ

କେନ୍ଦୁଝର: ସୋମବାର ସକାଳୁ ଟାଉନ ଥାନା ଅନ୍ତର୍ଗତ ଶିରିଷପାଳ ପଞ୍ଚାୟତର ବାଦାମପଟି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 20 ନମ୍ବର ଜାତୀୟ ରାଜପଥର ଏହି ବାଇପାସରେ ଏକ 12 ଚକିଆ ଟ୍ରକକୁ ପଛପଟୁ ପିଟିଥିଲା ଦ୍ରୁତ ବେଗରେ ଆସୁଥିବା ଏକ 14 ଚକିଆ ଟ୍ରକ । ଘଟଣାସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

12 ଚକିଆ ଟ୍ରକକୁ ପିଟିଲା 14 ଚକିଆ ଟ୍ରକ, ଡ୍ରାଇଭର ମୃତ

ସୂଚନା ଅନୁଯାୟୀ 12 ଚକିଆ ଟ୍ରକଟିର ବ୍ରେକ ଖରାପ ହେବାରୁ ଏହା ରାସ୍ତା କଡରେ ଛିଡା ହୋଇଥିଲା । ଏହି ସମୟରେ ଯୋଡ଼ା ଅଭିମୁଖେ ଯାଉଥିବା 14 ଚକିଆ ଟ୍ରକଟି ଛିଡ଼ା ହୋଇଥିବା ଏହି ଟ୍ରକକୁ ପଛରୁ ପିଟିଥିଲା । ଫଳରେ 14 ଚକିଆ ଟ୍ରକର ଡ୍ରାଇଭର ଘଟଣା ସ୍ଥଳରେ ହିଁ ଆଖି ବୁଜିଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣା ପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Feb 17, 2020, 12:28 PM IST

ABOUT THE AUTHOR

...view details