କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରଡ୍ ବୋଝେଇ ଟ୍ରକ୍ 2 ଖଣ୍ଡ ହୋଇଯାଇଥିବାବେଳେ ଚାଳକଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଜିଲ୍ଲାର 20 ନମ୍ବର ଜାତୀୟ ରାଜପଥ ନେକଡ଼ା ଘର ପୋଲ ନିକଟରେ ଏହି ଲୁହା ରଡ୍ ବୋଝେଇ ଟ୍ରକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଟ୍ରକଟି ଦୁଇଖଣ୍ତ ହୋଇଯାଇଥିବା ବେଳେ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କଟକ ଜିଲ୍ଲା ଆଠଗଡ଼ ନରସିଂହପୁର ଗ୍ରାମର ଉମେଶ ନାଏକ ବୋଲି ଜଣାପଡିଛି ।