କେନ୍ଦୁଝର: ଜିଲ୍ଲା ଟ୍ରକ ଗୁଡିକ ଉଚିତ ପରିବହନ, ଟୋଲ ଦେୟ ମୁକ୍ତ ଦାବି କରି ଜିଲ୍ଲା ଟ୍ରକ ମାଲିକ ସଂଘ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଯୋଡ଼ା, ବଡ଼ବିଲ, କୋଇଡା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ । ସବୁ ସଙ୍ଘର କର୍ମକର୍ତ୍ତା ଜିଲ୍ଲାରେ ଟ୍ରଲର ଚଳାଚଳକୁ ବନ୍ଦ କରିବାକୁ ଦାବି କରିଥିଲେ ।
ସୂଚନାଥାଉକି, ସମସ୍ତ ସଙ୍ଘର କର୍ମକର୍ତ୍ତା ମାନେ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଭେଟି ଉକ୍ତ ଅସୁବିଧା ସମ୍ପର୍କରେ ଆଲୋଚନା କରିବେ । ଆଲୋଚନାରେ ପ୍ରଶାସନ କିଛି ପଦକ୍ଷେପ ନନେଲେ ଆଗାମୀ ୧୫ ତାରିଖ ପରେ ଜିଲ୍ଲାର ସମସ୍ତ ଟ୍ରକ ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।