ଓଡିଶା

odisha

ETV Bharat / state

କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ଟ୍ରକ

କେନ୍ଦୁଝର ଜିଲ୍ଲାର ୪୯ନମ୍ବର ରାଜପଥ ତୁରୁମୁଙ୍ଗା ଥାନାର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ରାସ୍ତା କଡରେ ଛିଡା ହୋଇଥିବା ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ, ଏକ ଟ୍ରକ ପଛପଟୁ ପିଟିଥିବା ଜଣାପଡିଛି। ଅଧିକ ପଢନ୍ତୁ...

By

Published : Dec 20, 2019, 11:51 AM IST

truck accident
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ଟ୍ରକ। କେନ୍ଦୁଝର ଜିଲ୍ଲା ୪୯ନମ୍ବର ରାଜପଥ ତୁରୁମୁଙ୍ଗା ଥାନା ରେଙ୍ଗାଳବେଡା ନିକଟରେ ଶୁକ୍ରବାର ରାସ୍ତା କଡରେ ଛିଡା ହୋଇଥିବା ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ଏକ ଟ୍ରକ ପଛ ପଟୁ ପିଟିଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସକାଳୁ କୁହୁଡି ହୋଇଥିବାରୁ ଏକ ଟ୍ରକ ରେଙ୍ଗାଳବେଡା ନିକଟ ରାସ୍ତା କଡରେ ଛିଡା ହୋଇଥିବା କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ପିକଅପ ଭ୍ୟାନଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କେହି କ୍ଷତିଗ୍ରସ୍ତ ହୋଇନଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଭ୍ୟାନରୁ ଲୋକେ କୁକୁଡ଼ା ବୋହି ନେଉଥିବାର ଦେଖିବାକୁ ମିଳିଛି। ଏପଟେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details