ଓଡିଶା

odisha

ETV Bharat / state

ସ୍କୁଟି ଉପରେ ଚଢିଗଲା ଟ୍ରକ, 2 ମୃତ

ରିମୁଳି-ରାଜାମୁଣ୍ଡା ରାସ୍ତାର କଣ୍ଡରା ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : Jun 6, 2021, 10:32 AM IST

ସ୍କୁଟି ଉପରେ ମାଡିଗଲା ଟ୍ରକ
ସ୍କୁଟି ଉପରେ ମାଡିଗଲା ଟ୍ରକ

କେନ୍ଦୁଝର: ରିମୁଳି-ରାଜାମୁଣ୍ଡା ରାସ୍ତାର କଣ୍ଡରା ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ୨ ଜଣ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

ସ୍କୁଟି ଉପରେ ମାଡିଗଲା ଟ୍ରକ

ଆଜି(ରବିବାର) ସକାଳ ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ମୃତକ ହେଲେ ଚମ୍ପୁଆ ଥାନା ବାସୁଦେବପୁର ଅଞ୍ଚଳର ବୁଦ୍ଧଦେବ ମୁଣ୍ଡା ଓ ଧୋବାକଚଡ଼ା ଗାଁର ଗୋପୀନାଥ ପାତ୍ର । ଉଭୟ ସ୍କୁଟି ଯୋଗେ ଯୋଡ଼ା ପଟକୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରକୁ ମାଡିଯାଇଥିଲା ।

ତେବେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକଟି ରିମୁଳି ଫାଣ୍ଡିରେ ଅଟକଥିବା ଖବର ମିଳିଛି । ମୃତକଙ୍କ ଶରୀରକୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ଯୋଡ଼ା ପୋଲିସ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details