ଆନନ୍ଦପୁର: ଘସିପୁରା ଥାନା ଜାତୀୟ ରାଜପଥ ୨୦ର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଟ୍ରକକୁ ଧକ୍କା ଦେଇ 2 ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଖପରଖାଇ ବାଇପାସ ଛକ ନିକଟରେ ଟ୍ରକ ପଛରୁ ଧକ୍କା ଦେଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାଲକୁମା ଛକ ନିକଟରେ ଟ୍ରକ ପଛରେ ଧକ୍କା ଦେଇ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।
ପୁରୁଣିଆ ଗାଁର ଅଜିତ କୁମାର ବଳ ନିଜ ଘରୁ ବଜାରକୁ ଆସୁଥିବା ସମୟରେ ଅସାବଧାନତା କାରଣରୁ ଖପରଖାଇ ନିକଟରେ ଟ୍ରକ ପଛରେ ଧକ୍କା ଦେବା ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।