କେନ୍ଦୁଝର: ଟ୍ରକ ଧକ୍କାରେ ଯୁବକଙ୍କ ମୁତ୍ୟୁ । ମୃତକ ପାଟଣା ଥାନା ଅଞ୍ଚଳର ସତ୍ୟବ୍ରତ ବେହେରା ବୋଲି ଜଣାପଡିଛି । ମୃତ ଯୁବକ କାଞିପାଣି ବିଟରେ ୱାଇଲ୍ଡ ଲାଇଫ ସ୍କାର୍ଡ ଭାବେ କାର୍ଯ୍ୟ କରୁଥିଲେ ।
ଟ୍ରକ ଧକ୍କାରେ ବନ କର୍ମଚାରୀ ମୃତ - ଟ୍ରକ ଧକ୍କାରେ ବନ କର୍ମଚାରୀ ମୃତ
କାଞ୍ଜିପାଣି ପୋଲିସ ଥାନା ଅଞ୍ଚଳରେ ଟ୍ରକ ଧକ୍କାରେ ବନ କର୍ମଚାରୀ ମୃତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...
![ଟ୍ରକ ଧକ୍କାରେ ବନ କର୍ମଚାରୀ ମୃତ ଟ୍ରକ ଧକ୍କାରେ ବନ କର୍ମଚାରୀ ମୃତ](https://etvbharatimages.akamaized.net/etvbharat/prod-images/768-512-10051091-thumbnail-3x2-accident.jpg)
ଟ୍ରକ ଧକ୍କାରେ ବନ କର୍ମଚାରୀ ମୃତ
ଖବର ଅନୁସାରେ ଯୁବକ ଜଣକ ବାଇକ ଯୋଗେ ବାୟାକୁମୁଟିଆରୁ ହାତୀ ଟ୍ରାକିଂ କରି କାଞିପାଣି ବିଟକୁ ଫେରୁଥିବା ବେଳେ କାଞିପାଣି ଢାବା ନିକଟରେ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଟ୍ରକଟି ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ବେଳେ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ