ଓଡିଶା

odisha

ETV Bharat / state

ପଲ୍ଲୀରୁ ଫିଲିପାଇନ୍ସ: ରଗବୀରେ ଭାରତର ନେତୃତ୍ବ ନେବେ ଆଦିବାସୀ ଝିଅ ହୁପି - kendujhar

ପଲ୍ଲୀରୁ ଫିଲିଫାଇନ୍ସ । ବଡ ବଡ ପାହାଡ ଡେଇଁ ବିଦେଶରେ ଜଲୱା ଦେଖାଉଛନ୍ତି କେନ୍ଦୁଝରର ସଦର ବ୍ଲକ ଧାତିକା ଗାଁର ଆଦିବାସୀ ଝିଅ ହୁପି । ଏହି ଅକାଳ ପରିଶ୍ରମ ଆଜି ତାଙ୍କୁ ଏସୀୟ ରଗ୍‌ବି ମହିଳା ଚାମ୍ପିଅନ୍‌ସିପରେ ସ୍ଥାନ ଦେଇପାରିଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର

By

Published : Jun 20, 2019, 4:48 PM IST

କେନ୍ଦୁଝର: ଜିଦ ମାନିଲାନି ବାଡ ବନ୍ଧ । ଅଖ୍ୟାତ ପଲ୍ଲୀର ଆଦିବାସୀ ଝିଅଟିଏ । ନା ତାଙ୍କର ହୁପି ମାଝି । ଆଜି ବିଦେଶରେ ଭାରତକୁ କରିବେ ପ୍ରତିନିଧିତ୍ବ । ଫିଲିପାଇନସ୍‌ର ମାନିଲାରେ ଜୁନ୍‌ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯାଉଥିବା ଏସୀୟ ରଗ୍‌ବି ମହିଳା ଚାମ୍ପିଅନ୍‌ସିପରେ ଭାଗ ନେଇ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶ ପାଇଁ ସାଉଁଟୁଛନ୍ତି ପ୍ରଂଶସା । ଏହି ବଣମଲ୍ଲୀଙ୍କ ଘର କେନ୍ଦୁଝର ସଦର ବ୍ଲକ ଧାତିକା ଗାଁରେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, କେନ୍ଦୁଝର


ହୁପିଙ୍କ ବାପା ବଳରାମ ମାଝୀ ଓ ମାଁ ଗୁମି ମାଝୀ । ଅର୍ଥାଭାବରୁ ଝିଅକୁ ପାଠ ପଢେଇବା ଦୂରର କଥା 2 ଓଳି ପେଟପୂରା ଖାଇବାକୁ କରୁଥିଲେ ଅକଥନୀୟ ପରିଶ୍ରମ । ଏଭଳି ସଂଘର୍ଷଭରା ସାଗରରେ ମଧ୍ୟ ବୁଡିନଥିଲେ ସେ । କଳେ ବଳେ କୌଶଳେ ସମୟ କାଢି ଖେଳ ପ୍ରତି ରହିଥିବା ରୁଚିକୁ ସେ ଛାଡିନଥିଲେ । ବଣ ଜଙ୍ଗଲ ଭିତରେ ରହି ସେ ପାଠ ପଢିବା ସହ ଖେଳ ପ୍ରତି ଦେଉଥିଲେ ସମୟ । ଭୁବନେଶ୍ବର କିସ୍‌ରେ ସେ ପାଠ ପଢିବା ବେଳେ ପାଇଥିଲେ ଖେଳିବାକୁ ସୁଯୋଗ । ଫେରିଟେଲ ଭଳି ହଠାତ କିପରି କେଜାଣି ରାତା ରାତି ବଦଳିଯାଇଥିଲା ହୁପିଙ୍କ ଭାଗ୍ୟ ।

ପାଠ ସାଙ୍ଗକୁ ହୁପି ରଗବି ଖେଳ ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ସ୍ପିକର ପୋଜିସନରେ ଖେଳୁଥିବା ହୁପି ପ୍ରଥମେ ଜିଲ୍ଲାସ୍ତରରେ ସଫଳତା ଅର୍ଜନ କଲେ । ଏହାପରେ ତାଙ୍କୁ ରାଜ୍ୟ ରଗ୍‌ବି ଦଳରେ ସ୍ଥାନ ମିଳିଲା । କୋଚ୍‌ ହିରୋକି ଟୁକୁଟାକେଙ୍କ ପରାମର୍ଶ ତାଙ୍କ ପାଇଁ ବେଶ୍‌ ସହାୟକ ହୋଇଥିଲ ।

୨୦୧୧ ମସିହାରେ ଝାଡ଼ଖଣ୍ଡରେ ହୋଇଥିବା ୧୬ ବର୍ଷରୁ କମ୍‌ ଜାତୀୟ ରଗ୍‌ବି ଚମ୍ପିଅନସିପ୍‌ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ନଜରକୁ ଆସିଥିଲେ ହୁପି । ପରେ ବହୁ ଗରୁତ୍ବପୂର୍ଣ୍ଣ ‌ପ୍ରତିଯୋଗିତାରେ ତାଙ୍କୁ ଖେଳିବା ସୁଯୋଗ ମିଳିଲା । ତା ପରେ ୨୦୧୨ ଓ ୨୦୧୩ ମସିହାରେ ସର୍ବଭାରତୀୟ ମହିଳା ରଗ୍‌ବି ଚମ୍ପିଅଆନ୍‌ସିପ୍‌ ଖେଳିଥିଲେ । ୨୦୧୫ ମସିହାରେ କେରଳରେ ଖେଳାଯାଇଥିବା ଜାତୀୟ ମହିଳା ରଗ୍‌ବି ଚାମ୍ପିଅନସିପ୍‌ରେ ଓଡ଼ିଶା ଦଳର ସଦସ୍ୟ ଥିଲେ ।

ଦିନ ଥିଲା ବଣ ଜଙ୍ଗଲ ଘେରା ଗାଁରେ କାଠ କାଟିବା, ମୂଲ ଲାଗିବା କିମ୍ବା ପତ୍ର ଗୋଟାଇବା ଭଳି କାମ କରି ସେ ପରିବାରକୁ କରୁଥିଲେ ସାହାଯ୍ୟ । ଆଜି ଏହି ପରିଶ୍ରମ ଓ କଷ୍ଟ କଷଟିପଥରେ ସଫଳତା ସାଉଁଟି ସମଗ୍ର କେନ୍ଦୁଝର ଜିଲ୍ଲାର ଆଦିବାସୀ ଝିଅଙ୍କ ପା‌ଇଁ ଆଦର୍ଶ ପାଲଟି ଯାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details