ଓଡିଶା

odisha

ETV Bharat / state

ବିଚାରଧୀନ କଏଦୀର ହୃଦଘାତରେ ମୃତ୍ୟୁ - prisoner died

ଶୁକ୍ରବାର କେନ୍ଦୁଝର ମୁଖ୍ୟ କାରଗାରରେ ଥିବା ବିଚାରଧିନ କଏଦୀର ହୃଦଘାତରେ ମୃତ୍ୟୁ ହୋଇଛି । ପୋକ୍ସୋ ମାମାଲାରେ ସେ ବିଚାରଧୀନ ଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

prisoner died
ବିଚାରଧିନ କଏଦୀର ହୃଦଘାତରେ ମୃତ୍ୟୁ

By

Published : Dec 20, 2019, 5:18 PM IST

କେନ୍ଦୁଝର: ପୋକ୍ସୋ ମାମଲାରେ ବିଚରାଧୀନ କଏଦୀର ହୃଦଘାତରେ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ମୁଖ୍ୟ କାରଗାରରେ । ମୃତ କଏଦୀ ହେଲେ ତୁରି ମୁଣ୍ଡା । ସାଥି କଏଦୀ ବନ୍ଧୁକୁ ଫାଶୀ ଦଣ୍ଡାଦେଶ ଖବର ଶୁଣି ସେ ହୃଦଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।

ବିଚାରଧିନ କଏଦୀର ହୃଦଘାତରେ ମୃତ୍ୟୁ

ସୂଚନା ଅନୁସାରେ, ଶୁକ୍ରବାର ସକାଳ ୧୦ଟା ୫୦ ମିନିଟ ସମୟରେ ତୁରି ମୁଣ୍ଡା ଖାଦ୍ୟ ସଂଗ୍ରହ କରି ନିଜ ରୁମକୁ ଯାଇଥିଲେ । ଖାଦ୍ୟ ଖାଇବାପାଇଁ ତଳେ ବସିଥିବାବେଳେ ହଠାତ୍ ଟଳି ପଡିଥିଲେ । ତାଙ୍କୁ ଜେଲ ଡାକ୍ତର ଦେଖିବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କହିଛନ୍ତି ଜେଲ କର୍ତ୍ତୃପକ୍ଷ ।

ପ୍ରକାଶ ଯେ, ସେହି ଜେଲରେ ପୋକ୍ସୋ ମାମଲାରେ ଗିରଫ ହୋଇ ବନ୍ଦୀ ଥିବା ସୁନୀଲ ନାଏକଙ୍କୁ ବୁଧବାର କେନ୍ଦୁଝର ପୋକ୍ସୋ ସ୍ବତନ୍ତ୍ର କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details