କେନ୍ଦୁଝର:ମାତିଛନ୍ତି ଚୋର । ଜଙ୍ଗଲେ ଲାଗିଥିବା ଟ୍ରାପ କ୍ୟାମେରାକୁ ମଧ୍ୟ ଛାଡିଲେ ନାହିଁ । ଚୋରି କରି ନେଇଗଲେ ଆଉ 2ଟି ଟ୍ରାପ କ୍ୟାମେରା । କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ଟି ଟ୍ରାପ୍ କ୍ୟାମେରା ଚୋରି ହୋଇଛି । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ମହାବଳ ବାଘର ଗତିବିଧିକୁ ଦେଖିବା ପାଇଁ ଅଟେଇ ଜଙ୍ଗଲ ଭିତରେ ୫୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । ସେଥିରୁ 2ଟି ଚୋରି ହୋଇଛି ।
ଏହା ମଧ୍ୟ ପଢନ୍ତ...Gangster-terrorist nexus case: ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ NIA ରେଡ୍
ସୂଚନାଅନୁଯାୟୀ ଗତ ଫେବ୍ରୃଆରୀ ମାସରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ତାର ଉପସ୍ଥିତି ଜାହିର କରିଥିଲା । ଏହା ପରେ ବାଘକୁ ଟ୍ରାକ୍ କରିବା ପାଇଁ ବନ ବିଭାଗ ପକ୍ଷରୁ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫୫ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା । କିଛି ମାସ ପୂର୍ବରୁ ପାଟଣା ବନାଞ୍ଚଳ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ଲଗାଯାଇଥିବା ୧୦ଟି କ୍ୟାମେରାରୁ ୨ଟି କ୍ୟାମେରା ଚୋରି ହୋଇଥିଲା । ଏନେଇ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲେ ହେଁ ଅଧ୍ୟାବଧି ବନବିଭାଗ କିମ୍ବା ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା । ଏବେ ପୁଣି ଘଟଗାଁ ରେଞ୍ଜ କାଦବାହାଳି ବିଟ ଅଟେଇ ଜଙ୍ଗଲରୁ ୨ଟି କ୍ୟାମେରା ଚୋରି ହୋଇଛି। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ମହାବଳ ବାଘର ଗତିବିଧିକୁ ଦେଖିବା ପାଇଁ ଅଟେଇ ଜଙ୍ଗଲ ଭିତରେ ଲାଗିଥିବା ୫୫ଟି ଟ୍ରାପ୍ କ୍ୟାମେରା ମଧ୍ୟରେ 2ଟି କ୍ୟାମେରା ଚୋରି ହୋଇଛି ।