ଓଡିଶା

odisha

ବର୍ଷାରେ ଧୋଇଗଲା ରାସ୍ତା, ଯାତାୟାତ ଠପ୍

କେନ୍ଦୁଝରରେ ପ୍ରବଳ ବର୍ଷା ହେବା ପରେ କଙ୍କଡାନାଳଠାରେ ଥିବା ଏକ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Jun 12, 2021, 10:21 PM IST

Published : Jun 12, 2021, 10:21 PM IST

ବର୍ଷାରେ ଧୋଇଗଲା ରାସ୍ତା, ଯାତାୟାତ ଠପ୍
ବର୍ଷାରେ ଧୋଇଗଲା ରାସ୍ତା, ଯାତାୟାତ ଠପ୍

କେନ୍ଦୁଝର: ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଅପରାହ୍ନରେ ହୋଇଥିଲା ପ୍ରବଳ ବର୍ଷା । କଙ୍କଡାନାଳଠାରେ ଟ୍ରେନଓଭର୍ ବ୍ରିଜ କାମ ଚାଲୁଥିବାବେଳେ ଅନ୍ୟପଟ ଦେଇ ଯାଉଥିବା ରାସ୍ତା ବର୍ଷାରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି ।

ବର୍ଷାରେ ଧୋଇଗଲା ରାସ୍ତା, ଯାତାୟାତ ଠପ୍

ସଗଡ଼ପଟା ଷ୍ଟେସନ ନିକଟସ୍ଥ ଖଡ଼ିବାହାଳୀ ଛକ ନିକଟରେ କଙ୍କଡାନାଳ ଠାରେ ଟ୍ରେନଓଭର ବ୍ରିଜ କାମ ଚାଲୁଥିବାବେଳେ ଅନ୍ୟପଟ ଏକ ରାସ୍ତା ଦେଇ ଗାଡ଼ି ଯିବା ଆସିବା କରିଥାନ୍ତି । ପ୍ରବଳ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି ସମୂର୍ଣ୍ଣ ଭାବରେ ଧୋଇ ହୋଇଯାଇଛି । ଠିକାଦାର ଛୋଟ ପାଇପ ଦେଇ ରାସ୍ତା ନିର୍ମାଣ କରିଥିଲା ।

ହେଲେ ପାଇପ ଭିତରେ ପାଣି ନ ଯିବାରୁ ରାସ୍ତା ଉପରେ ପାଣି ଯାଇ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଧୋଇ ହେଇଯାଇଛି । କେନ୍ଦୁଝର ଓ ଡୁବୁରୀ ରାସ୍ତା ସମ୍ପୂର୍ଣ୍ଣ ଭାବରେ ଯାତାୟତ ଠପ ହେଇଯାଇଛି । ରାସ୍ତାକଡରେ ହଜାର ହଜାର ଗାଡି ଠିଆ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details