କେନ୍ଦୁଝର: ଜିଲ୍ଲାର ବିଭିନ୍ନ ଗ୍ରାମରେ ଘୂର୍ଣ୍ଣିଝଡ କାରଣରୁ ଗଛ ଭାଙ୍ଗି ଛପର ଘର ଉପରେ ପଡିଛି । ଫଳରେ ଅନେକ ଘରର ଛାତ ଭାଙ୍ଗିରୁଜି ଯାଇଛି । ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି(ଗୁରୁବାର) ଅପରାହ୍ନରେ ନେଲୁଙ୍ଗ ପଞ୍ଚାୟତ ବେଲପାଣି, ବେଲଦା ଆଦି ଗ୍ରାମରେ ଘୂର୍ଣ୍ଣିଝଡ ହୋଇଥିବା ଦେଖିବାକୁ ମିଳିଛି । ଘୂର୍ଣ୍ଣିଝଡ କାରଣରୁ ଏକାଧିକ ଗଛ ଭାଙ୍ଗିବା ସହ ପ୍ରାୟ 15ରୁ ଉର୍ଦ୍ଧ୍ବ ଛପର ଘର ଭାଙ୍ଗି ଯାଇଛି । ତେବେ ଏନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
କେନ୍ଦୁଝରରେ ଘୂର୍ଣ୍ଣିଝଡ, ଭାଙ୍ଗିଲା 15ରୁ ଉର୍ଦ୍ଧ୍ବ ଛପର ଘର - କେନ୍ଦୁଝରରେ ଘୂର୍ଣ୍ଣିଝଡ
ଜିଲ୍ଲାର ବିଭିନ୍ନ ଗ୍ରାମରେ ଘୂର୍ଣ୍ଣିଝଡ କାରଣରୁ ଗଛ ଭାଙ୍ଗି ଛପର ଘର ଉପରେ ପଡିଛି । ଫଳରେ ଅନେକ ଘରର ଛାତ ଭାଙ୍ଗିରୁଜି ଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ