ଓଡିଶା

odisha

ETV Bharat / state

ଗୁଣିଗାରେଡି ହତ୍ୟା ଅଭିଯୋଗରେ ୩ଜଣକୁ ଆଜୀବନ କାରାଦଣ୍ଡ - murdering black magic

୨୦୧୪ ମସିହାରେ ବାଂଶପାଳ ଥାନା ଅନ୍ତର୍ଗତ ସାହାରପୁର ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ଘଟଣା । ଆଜି ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ । ଅଧିକ ପଢନ୍ତୁ...

ଗୁଣିଗାରେଡି ହତ୍ୟା ଅଭିଯୋଗରେ ୩ଜଣକୁ ଆଜୀବନ କାରାଦଣ୍ଡ
ଗୁଣିଗାରେଡି ହତ୍ୟା ଅଭିଯୋଗରେ ୩ଜଣକୁ ଆଜୀବନ କାରାଦଣ୍ଡ

By

Published : Aug 31, 2020, 1:31 PM IST

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ଗୁଣି ଗାରେଡି ସନ୍ଦେହରେ ୨୦୧୪ ମସିହାରେ ହୋଇଥିବା ଏକ ଜଘନ୍ୟ ହତ୍ୟାକାଣ୍ଡରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ଲୋକନାଥ ସାହୁ ।

ଗୁଣିଗାରେଡି ହତ୍ୟା ଅଭିଯୋଗରେ ୩ଜଣକୁ ଆଜୀବନ କାରାଦଣ୍ଡ

୨୦୧୪ ମସିହାରେ ବାଂଶପାଳ ଥାନା ଅନ୍ତର୍ଗତ ସାହାରପୁର ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ସ୍ୱାମୀ ରାଜେନ୍ଦ୍ର ଦେହୁରୀ ଓ ସ୍ତ୍ରୀ ଜେମାମଣି ଦେହୁରୀ ଦୁଇ ଜଣଙ୍କୁ ଗ୍ରାମବାସୀ ବେକ କାଟି ଜଘନ୍ୟ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୧୨ ଜଣଙ୍କୁ ବାଂଶପାଳ ପୋଲିସ ଗିରଫ କରିଥିଲା । ଆଜି ଏହି ହତ୍ୟାକାଣ୍ଡର ଭିଡ଼ିଓ କନଫରେନ୍ସି ମାଧ୍ୟମରେ ୮୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସହ ଶୁଣାଣି ଏହି ରାୟ ଶୁଣାଇଥିଲେ ଜଜ ।

ଏହି ଘଟଣାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସଜ୍ଜା ଦିଆଯିବା ଯାଇଥିବାବେଳେ ୯ ଜଣକୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଏହା ସହ ତିନି ଜଣଙ୍କୁ ଦଶ ହଜାର ଟଙ୍କା ଫାଇନ ଓ ଅନାଦେୟ ଛଅ ମାସ ଜେଲ ସଜା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଆଜୀବନ କାରାଦଣ୍ଡ ସଜ୍ଜା ହୋଇଥିବା ତିନି ଜଣ ହେଲେ ବସନ୍ତ ଦେହୁରୀ, ଗୌତମ ପେଣ୍ଠେଇ ଓ ମିଟୁ ମଲ୍ଲିକ ବୋଲି ସରକାରୀ ଓକିଲ ପ୍ରଫୁଲ୍ଲ ପାତ୍ର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details