ଓଡିଶା

odisha

By

Published : Oct 24, 2021, 11:25 AM IST

ETV Bharat / state

ରାସ୍ତାକଡ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି, ୩ ଗୁରୁତର

କେନ୍ଦୁଝର ଜିଲ୍ଲା ଯୋଡା ମାର୍କେଟ ଅଞ୍ଚଳରେ ଅଘଟଣ । ରାସ୍ତାକଡରେ ଥିବା ଏକ ଗ୍ୟାସ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି । ତିନି ଗୁରୁତର । ଅଧିକ ପଢନ୍ତୁ...

ରାସ୍ତାକଡ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି, ୩ ଗୁରୁତର
ରାସ୍ତାକଡ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି, ୩ ଗୁରୁତର

କେନ୍ଦୁଝର: ରାସ୍ତାକଡ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଯୋଡା ମାର୍କେଟ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଜିଲ୍ଲା ଯୋଡ଼ା ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି ।

ରାସ୍ତାକଡ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି, ୩ ଗୁରୁତର

ସୂଚନାଯୋଗ୍ୟ, ଯୋଡ଼ା ଥାନା ସୁନାନଦୀ ପୋଲ ମିଶ୍ର ମାର୍କେଟ ନିକଟ ରାସ୍ତାକଡ଼ରେ ଜଣେ ଦୋକାନୀ ବେଆଇନ ଭାବେ ଗ୍ୟାସ ବିକ୍ରି କରିଆସୁଥିଲେ । ଦୀର୍ଘଦିନ ଧରି ସେ ଏଠାରେ ଗ୍ୟାସ ବ୍ୟବସାୟ କରୁଥିବାବେଳେ ଆଜି ସକାଳୁ ଏଭଳି ଦୁର୍ଘଟଣା ଘଟିଛି । ଗ୍ୟାସ ଟାଙ୍କି ଫାଟିବାର ଭୟାନକ ଦୃଶ୍ୟ ନିକଟସ୍ଥ ଏକ ସିସିଟିଭିରେ କଏଦ ହୋଇଛି ।

ଏହି ଅଘଟଣ ପରେ ଘଟଣାସ୍ଥଳରେ କିଛି ସମୟ ହଇଚଇ ସୃଷ୍ଟି ହୋଇଥିବାବେଳେ ପୋଲିସ ସେଠାରେ ପହଞ୍ଚି ତନାଘନା କରିଛି । ତେବେ ମେଡିକାଲରେ ଭର୍ତ୍ତି ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଥିବା ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details