କେନ୍ଦୁଝର: ଜୋନ 1 ପରିଧିରେ ରହିଛି କେନ୍ଦୁଝର ଜିଲ୍ଲା । ଏହି ଜୋନ ୧ ଘୋଷଣା ପରେ ସପ୍ତାହକୁ ଦୁଇ ଦିନ ସଟଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ଆଜି ହେଉଛି ସଟଡାଉନର ତୃତୀୟ ସପ୍ତାହର ରବିବାର । ଏଥିପାଇଁ ଜିଲ୍ଲାର ପ୍ରତି ଛକ , ଗଳି ରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅତ୍ୟାବଶ୍ୟକ ଦୋକାନ, ଗାଡି ଚଳାଚଳ ଛଡା ଅନ୍ୟ ସବୁ ବନ୍ଦ ରହିଛି । ଏହି ସଟଡାଉନକୁ ସହରବାସୀ ମଧ୍ୟ ସ୍ବାଗତ କରିଛନ୍ତି । ସଟଡାଉନ ସବୁ ଦୋକାନ ବଜାର ବନ୍ଦ ଥିବାବେଳେ ରାସ୍ତାଘାଟ ଶୂନ ଶାନ ହୋଇଛି । ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସଟଡାଉନକୁ କଡାକଡି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।