କେନ୍ଦୁଝର :କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକ ଡାଉନ । ପଣା ସଂକ୍ରାନ୍ତିରେ ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି । ତାରିଣୀଙ୍କର ମୁଖ୍ୟ ପର୍ବ ଭାବେ ଚଇତି ପର୍ବରେ ମଧ୍ୟ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ସମସ୍ତ ନୀତିକାନ୍ତି ଚାଲିଛି । ସାତ ଦିନ ଅନୁଷ୍ଠିତ ହୋଇଥାଏ ଏହି ପର୍ବ ।
ଆଜି ପଣା ସଂକ୍ରାନ୍ତି, ଘଟଗାଁ ପୀଠ ଖାଁ ଖାଁ - କୋରୋନା ପାଇଁ ଭକ୍ତଙ୍କୁ ମନା ମନ୍ଦିର
ପଣା ସଂକ୍ରାନ୍ତିରେ ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି । ଖାଁ ଖାଁ ଲାଗୁଛି ମନ୍ଦିର ପରିବେଶ । ଅଧିକ ପଢନ୍ତୁ....
![ଆଜି ପଣା ସଂକ୍ରାନ୍ତି, ଘଟଗାଁ ପୀଠ ଖାଁ ଖାଁ There is no crowd of devotees at Ghatgaon Peeth](https://etvbharatimages.akamaized.net/etvbharat/prod-images/768-512-6771288-thumbnail-3x2-tarini-jp.jpg)
ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି
ଘଟଗାଁ ପୀଠରେ ନାହିଁ ଭକ୍ତଙ୍କ ଗହଳି
ତେବେ ସୋମବାର ପଣା ସଂକ୍ରାନ୍ତି ହୋଇଥିବାରୁ ତାରିଣୀଙ୍କ ପୀଠରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ସୁନାବେଶ ହୋଇଥିଲା । ତେବେ କୋରୋନା ପାଇଁ ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ବାରଣ କରାଯାଇଛି ।