କେନ୍ଦୁଝର: ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରାକମ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଲୁହାପଥର ଚୋରି ବେଳେ ବନ ବିଭାଗ ଚଢାଉ କରି ଏକ ଦଶ ଚକିଆ ଟ୍ରକ ଜବତ କରିଛି । ଲୁହାପଥରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ତେବେ ବନବିଭାଗ ଆସିଥିବା ଜାଣିପାରି ଘଟଣା ସ୍ଥଳରୁ ମାଫିଆ ମାନେ ଚମ୍ପଟ ମାରିଥିବା ଜଣାପଡିଛି । ରାକମ ଲୁହାକଳା ଆଦି ଅଞ୍ଚଳରୁ ନିୟମିତ ଲୁହାପଥର ଚୋରି ହେଉଥିଲେ ମଧ୍ୟ ବନବିଭାଗ ମାଫିଆକୁ ଧରିବାରେ ଅସଫଳ ହେଉଥିଲା ।