କେନ୍ଦୁଝର: କୋରୋନା ପ୍ରଭାବରେ ସାରା ଦେଶ ଏବେ ଆତଙ୍କିତ । ଏହି ସମୟରେ ସରକାର ଲକ ଡାଉନ ଘୋଷଣା କରି ସମସ୍ତ ନାଗରିକଙ୍କୁ ନିଜ ଘରେ ରହିବାକୁ ଅନୁରୋଧ କରୁଛନ୍ତି । ଏହି ଲକ ଡାଉନର ସୁଯୋଗ ନେଇ ବହୁ ଗ୍ରାମରେ ଦେଶୀ ମହୁଲି କାରବାର ବଢି ଚାଲିଛି । ଏନେଇ ଅବକାରୀ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ ନ ଶୁଣିବାରୁ ଅଣ୍ଟା ଭିଡିଛନ୍ତି ମହିଳାମାନେ ।
ଶୁଣିଲାନି ପ୍ରଶାସନ, ଚଢାଉ କଲେ ଶତାଧିକ ମହିଳା - ମଦ ତିଆରିରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ପୋଡି ନଷ୍ଟ କଲେ ମହିଳା
ମହିଳାଙ୍କ ଦ୍ୱାରା ଦେଶୀ ମଦ ଜବତ । ମଦ ତିଆରିରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ପୋଡି ନଷ୍ଟ କଲେ ମହିଳା । ଅଧିକ ପଢନ୍ତୁ...
![ଶୁଣିଲାନି ପ୍ରଶାସନ, ଚଢାଉ କଲେ ଶତାଧିକ ମହିଳା The woman broke the wine bar in kendujhar](https://etvbharatimages.akamaized.net/etvbharat/prod-images/768-512-6739372-thumbnail-3x2-wine-jp.jpg)
ସାହରପଡା ବ୍ଲକ ଅନ୍ତର୍ଗତ ଦାମାହୁଦା ପଞ୍ଚାୟତ ଘୋଳକୁଣ୍ଡ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ନିଜ ଅଞ୍ଚଳରେ ଥିବା ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ସେମାନେ ବ୍ୟବହୃତ ମହୁଲ ପୋଚ, ହାଣ୍ଡି ଓ ପ୍ଲାଷ୍ଟିକ ଡ୍ରମକୁ ଜବତ କରିଥିଲେ । ମହୁଲ ପୋଚକୁ ନଷ୍ଟ କରିବା ସହ ପ୍ଲାଷ୍ଟିକ ଡ୍ରମ ଗୁଡିକୁ ମହିଳା ମାନେ ପୋଡି ଦେଇଥିଲେ । ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀର ତତ୍ବାବଧାନରେ ମା କୀଚକେଶ୍ବରୀ, ମା ଲକ୍ଷ୍ମୀ ଓ ସତ୍ୟନାରାୟଣ ଆଦି ୧୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଚଢ଼ାଉରେ ସାମିଲ ହୋଇ ଆଗାମୀ ଦିନରେ ଗ୍ରାମରେ ଦେଶୀ ମଧ୍ୟ କାରବାର ରୋକିବାକୁ ସଂକଳ୍ପ ନେଇଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ