ଓଡିଶା

odisha

ETV Bharat / state

ରାସ୍ତା ଖାଇଗଲା 74 ଲକ୍ଷ, ହାତ ମାରିଲେ ଉଠୁଛି ପିଚୁ - keonjhar news

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୀନବନ୍ଧୁପୁର ଗ୍ରାମରେ ନିମ୍ନ ମାନର ରାସ୍ତା ତିଆରି ହୋଇଛି । ଯେଉଁଥିପାଇଁ ୭୪ ଲକ୍ଷ ୧୯ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ହେଲେ ଏବେ ଏହି ରାସ୍ତାର ପିଚୁ ଆପେ ଆପେ ଉଠିଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ନିମ୍ନ ମାନର ରାସ୍ତାକୁ ନେଇ ଅସନ୍ତୋଷ ଗ୍ରାମବାସୀ
ନିମ୍ନ ମାନର ରାସ୍ତାକୁ ନେଇ ଅସନ୍ତୋଷ ଗ୍ରାମବାସୀ

By

Published : May 31, 2020, 5:02 PM IST

କେନ୍ଦୁଝର: ହାତ ଲଗେଇଲେ ରାସ୍ତାରୁ ଉଠୁଛି ଫଡା ଫଡା ପିଚୁ । ଏହା କୌଣସି ପୁରୁଣା ରାସ୍ତାର ନୁହେଁ । ଏହା ଖୋଦ ସଦ୍ୟ ନିର୍ମିତ ହୋଇଥିବା ରାସ୍ତାର ଦୃଶ୍ୟ । ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୀନବନ୍ଧୁପୁର ଗ୍ରାମର ଘଟଣା । ଝାଡପୋଖରୀ ଠାରୁ ଦିନବନ୍ଧୁପୁର ଗ୍ରାମକୁ ସଦ୍ୟ ଓମବାଡସି ଟଙ୍କାରେ ଏହି ରାସ୍ତାଟି ନିର୍ମିତ ହୋଇଛି ।

ନିମ୍ନ ମାନର ରାସ୍ତାକୁ ନେଇ ଅସନ୍ତୋଷ ଗ୍ରାମବାସୀ

ରାସ୍ତା ନିର୍ମାଣ ପାଇଁ ୭୪ ଲକ୍ଷ ୧୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ରାସ୍ତାରେ କେବଳ ପିଚୁ ଉଠୁନି ଏହା ସହ କଲଭର୍ଟ ମଧ୍ୟ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଜଣାପଡିଛି । ଏହି ରାସ୍ତାରେ ବର୍ତ୍ତମାନ ପରିସ୍ଥିତିରେ ଯିବା ଆସିବା କଲେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା କରିପାରିବ ନାହିଁ ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।

ଏପରି ନିମ୍ନ ମାନର କାର୍ଯ୍ୟ ନେଇ ଅସନ୍ତୋଷ ସହ ଫଳକକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । ଫଳକରେ ଚକ୍ରଧରପୁରରୁ ଦିନବନ୍ଧୁପୁର ଗ୍ରାମକୁ ରାସ୍ତା ନିର୍ମାଣ ଲେଖା ଯାଇଥିବା ବେଳେ ଏହା କିନ୍ତୁ ଝାଡ଼ପୋଖରୀ ଛକ ଠାରୁ ଦିନବନ୍ଧୁପୁର ଗ୍ରାମ ପର୍ଯ୍ୟନ୍ତ ତିଆରି ହୋଇଛି । ଉକ୍ତ ପଞ୍ଚାୟତରେ ବହୁ ଦିନରୁ ଚକ୍ରଧରପୁର ଗ୍ରାମରୁ ଦିନବନ୍ଧୁପୁର ସାହିକୁ ନୂତନ ରାସ୍ତା ଆବଶ୍ୟକ ହେଉଥିଲା । ଏହି ରାସ୍ତା ଉକ୍ତ ସାହି ପାଇଁ ଉଦ୍ଧିଷ୍ଟ ଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ।

ଦିନବନ୍ଧୁପୁର ସାହିର ଗ୍ରାମବାସୀ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିମ୍ନ ମାନର କାମ ସହ ନିଜ ସୁବିଧାରେ ଟଙ୍କା ହଡ଼ପ କରିବା ପାଇଁ ନିଶ୍ଚିତ ଯୋଜନା ରାସ୍ତାକୁ ଅନ୍ୟ ଗ୍ରାମରେ ନିର୍ମାଣ କରିବା ନେଇ ବିରୋଧୀ ମଧ୍ୟ ସରକାରୀ ଦଳକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ନିମ୍ନ ମାନର କାର୍ଯ୍ୟ ନେଇ ବିଭାଗୀୟ ଅଧିକାରୀଙ୍କୁ ପାଚରିବାରୁ ସେ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି । ଏହା ସହ ଉକ୍ତ ରାସ୍ତାକୁ ପୁନଃ ନିର୍ମାଣ କରିବାକୁ ସଂପୃକ୍ତ କଣ୍ଟ୍ରାକ୍ଟରକୁ ଆଦେଶ ଦେଇଥିବା ଜଣାଇଛନ୍ତି । ରାସ୍ତା ଅଦଳବଦଳକୁ ନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ ଅଧିକ୍ଷଣ ଯନ୍ତ୍ରୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details