ଓଡିଶା

odisha

ETV Bharat / state

ଟ୍ରକ ସହ ଧକ୍କା ହୋଇ ଜଳିଗଲା ବାଇକ, ଆରୋହୀ ମୃତ

ବାଇକ୍ ନାଲକଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

By

Published : Apr 30, 2021, 9:48 PM IST

ବାଇକ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
ବାଇକ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ


ଆନନ୍ଦପୁର: ଟ୍ରକ୍ ସହ ବାଇକର ମୁହାଁମୁହିଁ ଧକ୍କା । ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ତାଳଗାଁ ଛକ ନିକଟରେ ଟ୍ରକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀର ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀଙ୍କ ଘର ଭାଲୁକୁମା ଗ୍ରାମର ରଞ୍ଜନ ପଲେଇ ବୋଲି ଜଣାପଡିଛି । ଟ୍ରକ୍ ସହ ବାଡେଇ ହେବାପରେ ବାଇକରେ ନିଆଁଲାଗି ରାସ୍ତା ଉପେର ବାଇକଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବା ସହ ଗାଡି ଗୁଡିକ ଅଟକି ରହିଥିଲା ।

ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ ଓ ପୋଲିସ ପହଁଞ୍ଚିବା ବେଳକୁ ବାଇକଟି ସଂପୂର୍ଣ୍ଣ ଜଳିଯାଇଥିଲା । ଘସିପୁରା ପୋଲିସ୍ ମୃତଦେହ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି । ତେବେ ବାଇକ ଆରୋହୀ ରଙ୍ଗରୁଟରେ ଗାଡି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details