କେନ୍ଦୁଝର:ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି ଟ୍ରକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ନିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାୟା ପଣ୍ଡାଧାର ଛକ ନିକଟରେ । ସୂଚନାନୁସାରେ ୪୯ ନମ୍ବର ଜାତୀୟ ରାଜପଥ କଡରେ ଏକ ଦଶ ଚକିଆ ଟ୍ରକଟି ଛିଡା ହୋଇଥିବା ବେଳେ ହଠାତ୍ ନିଆଁ ଲାଗି ଜଳିବାକୁ ଲାଗିଥିଲା ।
ରାଜପଥ କଡରେ ଜଳିଗଲା ଟ୍ରକ୍, କାଞ୍ଜିପାଣି ପୋଲିସର ତଦନ୍ତ ଜାରି - Kanjipani Police
ମାସକ ମଧ୍ୟରେ ଜଳିଗଲାଣି ୪ଟି ଟ୍ରକ୍ । ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରୁଛନ୍ତି ସ୍ଥାନୀୟବାସୀ । ଅଧିକ ପଢନ୍ତୁ...
ରାଜପଥ କଡରେ ଜଳିଗଲା ଟ୍ରକ୍, କାଞ୍ଜିପାଣି ପୋଲିସର ତଦନ୍ତ ଜାରି
ରାଜପଥ କଡରେ ଜଳିଗଲା ଟ୍ରକ୍, କାଞ୍ଜିପାଣି ପୋଲିସର ତଦନ୍ତ ଜାରି
ଟ୍ରକ ଡ୍ରାଇଭର ପାଖ ଦୋକାନକୁ ଯାଇଥିବା ବେଳେ ହଠାତ୍ ଟ୍ରକରେ ନିଆଁ ଲାଗିବା ସହ ହୁତୁହୁତୁ ହୋଇ ଜଳିଥିଲା । ଏନେଇ ସ୍ଥାନୀୟ ଲୋକେ ବାଲଟିରେ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ ହେଁ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଟ୍ରକର ସମ୍ମୁଖ ଭାଗ ପୁରା ଜଳିଯାଇଛି । ସେପଟେ ଟ୍ରକ ଡ୍ରାଇଭର ଗାଡିରୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେବେ ମାସକ ମଧ୍ୟରେ ଏହି ଅଞ୍ଚଳରେ ୪ଟି ଟ୍ରକ ଜଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଘଟଣାସ୍ଥଳରେ କାଞ୍ଜିପାଣି ପୋଲିସ ପହଁଞ୍ଚି ଟ୍ରକ୍ ପୋଡି ଘଟଣାର ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ