ଓଡିଶା

odisha

ETV Bharat / state

ଖୋଲିଲା ରାଜ୍ୟର ପ୍ରଥମ ମିଲେଟ ଶକ୍ତି କାଫେ, ସୁଆଦିଆ ସ୍ନାକ୍ସର ମଜା ନେବେ ଗ୍ରାହକ - କେନ୍ଦୁଝର ମାଣ୍ଡିଆ କାଫେ

ମାଣ୍ଡିଆର ଚାହିଦା ବୃଦ୍ଧି ପାଉଥିବାରୁ ମିଶନ ଶକ୍ତି ସାହାଯ୍ୟରେ କେନ୍ଦୁଝର ଜିଲ୍ଲାପାଳ ଅଫିସ ପରିସରରେ ରାଜ୍ୟର ପ୍ରଥମ ମିଲେଟ ଶକ୍ତି କାଫେ ଖୋଲାଯାଇଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ରାଜ୍ୟର ପ୍ରଥମ ମାଣ୍ଡିଆ କାଫେ
ଆରମ୍ଭ ହେଲା ରାଜ୍ୟର ପ୍ରଥମ ମାଣ୍ଡିଆ କାଫେ

By

Published : Oct 29, 2021, 10:23 PM IST

କେନ୍ଦୁଝର: ଦିନକୁ ଦିନ ମାଣ୍ଡିଆର ଚାହିଦା ବୃଦ୍ଧି ପାଉଛି । ମାଣ୍ଡିଆର ଚାହିଦାକୁ ଦେଖି ରାଜ୍ୟ ସରକାର ମାଣ୍ଡିଆ ମିଶନ ଆରମ୍ଭ କରିଛନ୍ତି । ଏହି ମିଶନ ମାଧ୍ୟମରେ ଚାଷୀଙ୍କୁ ମାଣ୍ଡିଆକୁ ଅଧିକ ମାତ୍ରାରେ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହି ମାଣ୍ଡିଆରୁ ବହୁ ପ୍ରକାରର ଖାଦ୍ୟ ସାମଗ୍ରୀର ପ୍ରସ୍ତୁତ ହୋଇପାରୁଛି । ଯାହାକି ଅତି ରୁଚିକର ହୋଇଥିବା ବେଳେ କ୍ୟାଲସିୟମ ମଧ୍ୟ ଏଥିରେ ଭରି ରହିଛି ।

ଆରମ୍ଭ ହେଲା ରାଜ୍ୟର ପ୍ରଥମ ମାଣ୍ଡିଆ କାଫେ

ଏହି ଖାଦ୍ୟ ସାମଗ୍ରୀର ବିକ୍ରି ପାଇଁ ମିଶନ ଶକ୍ତି ସାହାଯ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୋଲିଛି ରାଜ୍ୟର ପ୍ରଥମ ମିଲେଟ ଶକ୍ତି କାଫେ । ଏହି ମାଣ୍ଡିଆ କାଫେକୁ ଆଜି(ଶୁକ୍ରବାର) ବିଧିବଦ୍ଧ ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେନ ଆଭାସି ଦ୍ୱାରା ଉଦଘାଟନ କରିଥିଲେ । ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହି କାଫେରେ କାର୍ଯ୍ୟ କରୁଥିବା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାଫେରେ ପ୍ରତିଦିନ ମାଣ୍ଡିଆରୁ ପ୍ରସ୍ତୁତ ଚାହା, ପକୁଡି, କେକ, କଷ୍ଟଡ଼, ମୁଡୁକି, ଗାଣ୍ଠିଆ ଆଦି ସାମଗ୍ରୀ ମିଳିବ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details