ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ଚୋରୀ ଡକାୟତି ବୃଦ୍ଧି ପାଉଥିବା ବେଳେ ଶନିବାର ଏକ ବଡ଼ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିବା ଜଣାପଡ଼ିଛି । ଏଥି ସହିତ ୮ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଜବତ କରାଯାଇ ଥିବା ବେଳେ ୨ ଜଣ ଡକାୟତ ଗିରଫ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ରାଜକିଶୋର ଦାସ (୩୦) ଓ ତାରିଣୀ ପସାଦ ଦାସ (୩୦) ଏକ ପଲସର ବାଇକରେ ଚୋରା ମୋବାଇଲ ନେଇ ଯାଉଥିବା ବେଳେ ସଇଲଙ୍ଗ ଛକ ନିକଟରେ ଜଣେ ବ୍ୟକ୍ତିଙ୍କର ମୋବାଇଲ ଝାମ୍ପି ନେଇଥିଲେ ।
ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ; ୮ ଲକ୍ଷର ମୋବାଇଲ ଜବତ, ୨ ଡକାୟତ ଗିରଫ - ଆନନ୍ଦପୁର ଉପଖଣ୍ଡ
ଆନନ୍ଦପୁର ଉପଖଣ୍ଡରେ ଏକ ବଡ଼ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ୮ ଲକ୍ଷ ଟଙ୍କାର ମୋବାଇଲ ଜବତ କରିବା ସହ ୨ ଜଣ ଡକାୟତଙ୍କୁ ଗିରଫ କରିଛି ଘସିପୁରା ପୋଲିସ । ଅଧିକ ପଢନ୍ତୁ...
ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ; ୮ ଲକ୍ଷର ମୋବାଇଲ ଜବତ
ଏନେଇ ଉକ୍ତ ବ୍ୟକ୍ତି ଜଣକ ଘସିପୁରା ପୋଲିସକୁ ଖବର ଦେଇଥିଲେ । ଘସିପୁରା ପୋଲିସ ସେମାନଙ୍କ ପିଛା କରି ସେମାନଙ୍କୁ ଭଗାନଇ ଛକରେ କାବୁ କରିଥିଲେ । ସେମାନଙ୍କ ଠାରୁ ୪୦ ଟି ମୋବାଇଲ ସହିତ ଏକ ପଲସର ୨୨୦, ଏକ ଲଙ୍କା ଗୁଣ୍ଡ ପ୍ୟାକେଟ, ଏକ ଛୁରା ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ
Last Updated : Oct 25, 2020, 7:56 AM IST