କେନ୍ଦୁଝର: ସାରା ବିଶ୍ୱରେ କୋରୋନା ମହାମାରୀ ପାଇଁ ଲକ ଡାଉନ । ଏଥିପାଇଁ ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଭକ୍ତଙ୍କ ଆବେଗ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଛି । କିନ୍ତୁ ସାରା ଓଡ଼ିଶାରେ ରଥଯାତ୍ରାକୁ ବନ୍ଦ କରିଛି ରାଜ୍ୟ ସରକାର । ବିଶ୍ୱର ସର୍ବ ବୃହତ ରଥ ଭାବେ ପରିଚିତ କେନ୍ଦୁଝର ଶ୍ରୀ ବଳଦେବଜୀଉ ଙ୍କ ରଥଯାତ୍ରା ମଧ୍ୟ ଏହି କଟକଣା ପାଇଁ ବନ୍ଦ ହୋଇଛି । ଗତକାଲି ରାତି ୧୦ ଟାରୁ ଜିଲ୍ଲା ପ୍ରଶାସନ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ଦୁଇ ଶହ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ।
କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ରଥଯାତ୍ରା - କେନ୍ଦୁଝର
ରାଜ୍ୟ ସରକାର ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଭକ୍ତଙ୍କ ଆବେଗ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଛି । କିନ୍ତୁ କଟକଣା ଭିତରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ରୁ ଦୁଇ ଶହ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇ କଟକଣା ମଧ୍ୟରେ କେବଳ ସେବାୟତଙ୍କୁ ନେଇ ପ୍ରଶାସନ ମନ୍ଦିର ମଧ୍ୟରେ ନୀତିକାନ୍ତି ସମ୍ପନ କରିଛି ପ୍ରଶାସନ । ଅଧିକ ପଢନ୍ତୁ..
the-rath-yatra-held-in-keunjhar
କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ରଥଯାତ୍ରା
ରଥ ଚାରିପଟେ ମଧ୍ୟ ବ୍ୟାରିକେଟ କରି ରଥ ଦାଣ୍ଡକୁ ବନ୍ଦ କରିଛି । ଭକ୍ତଙ୍କ ପାଇଁ କେବଳ ସେବାୟତଙ୍କୁ ନେଇ ପ୍ରଶାସନ ମନ୍ଦିର ମଧ୍ୟରେ ନୀତିକାନ୍ତି ସମ୍ପନ କରିଛି ପ୍ରଶାସନ । ରଥଯାତ୍ରା ନହେବାରୁ ଭକ୍ତଙ୍କ ମଧ୍ୟରେ ପ୍ରଶାସନ ପ୍ରତି ରୋଷ ବଢିବା ସହ ଆବେଗ ମଧ୍ୟ ପ୍ରକାଶ ପାଇଛି । ଭକ୍ତ ଆଜି ତିନି ଠାକୁରଙ୍କୁ ରଥ ଉପରେ ନଦେଖି ଦୁଃଖ ପ୍ରକାଶ କରିଛନ୍ତି । ଏହି କଟକଣା ହଟିବ ବଳଦେବଜୀଉଙ୍କୁ ରଥଯାତ୍ରା ସମୟରେ ଦେଖା ପାଇବେ ବୋଲି ଆଶା ରଖିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ