ଆନନ୍ଦପୁର: ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସହର ଓ ବିଭିନ୍ନ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଉଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର ସାହୁଙ୍କ ପକ୍ଷରୁ ଘଷିପୁରାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିଶୋଧନ ପ୍ରକ୍ରିୟା ।
ଘଷିପୁରାରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା - କେନ୍ଦୁଝର ଜିଲ୍ଲା ନ୍ୟୁଜ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର ସାହୁଙ୍କ ପକ୍ଷରୁ ଘଷିପୁରାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିଶୋଧନ ପ୍ରକ୍ରିୟା । ଏହି ପଦକ୍ଷେପକୁ ନେଇ ଘଷିପୁରାବାସୀ ବେଶ୍ ଆନଦିତ
ଘଷିପୁରାରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା
ଘଷିପୁରା ବ୍ଳକ ବିଭିନ୍ନ ସ୍ଥାନ, ମୁଖ୍ୟ ବଜାର, ମୁଖ୍ୟ ରାସ୍ତା, କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେଦ୍ର ଆଦିକୁ ଆନନ୍ଦପୁର ଅଗ୍ନିଶମ କର୍ମଚାରୀମାନେ କେମିକାଲ ସ୍ପ୍ରେ କରି ବିଶୋଧିତ କରିଛନ୍ତି । ଏହି ବିଶୋଧନ ପ୍ରକ୍ରିୟା ଆଗାମୀ କିଛି ଦିନ ଯାଏଁ ଜାରି ରହିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ ସୂଚନା ଦେଇଛନ୍ତି । ଘଷିପୁରାବାସୀ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ