କେନ୍ଦୁଝର: ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମରେ ଘଟିଛି ଅଘଟଣ । ଜଣେ ବୃଦ୍ଧା ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ନିଜବାଡ଼ିରେ ମହୁଲ ଫୁଲ ଗୋଟାଇବା ପାଇଁ ଗଛ ମୂଳରେ ଥିବା ପତ୍ରକୁ ନିଆଁ ଲଗାଇଥିବା ସମୟରେ ଅସାବଧନତା ଯୋଗୁ ପ୍ରଥମେ ପିନ୍ଧା ଲୁଗାରେ ନିଆଁ ଲାଗି ଯାଇଥିଲା ପରେ ଜଳୁଥିବା ନିଆଁ ଉପରେ ସେ ପଡି ଯାଇଥିଲେ ।
ନିଆଁରେ ଜଳି ବୃଦ୍ଧା ଜୀବନ୍ତ ଦଗ୍ଧ - ବୃଦ୍ଧା ଜୀବନ୍ତ ଦଗ୍ଧ
ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମରେ ଘଟିଛି ଅଘଟଣ । ଜଣେ ବୃଦ୍ଧା ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
![ନିଆଁରେ ଜଳି ବୃଦ୍ଧା ଜୀବନ୍ତ ଦଗ୍ଧ ନିଆଁରେ ଜଳି ବୃଦ୍ଧା ଜୀବନ୍ତ ଦଗ୍ଧ](https://etvbharatimages.akamaized.net/etvbharat/prod-images/768-512-11150721-thumbnail-3x2-keonjhar.jpg)
ନିଆଁରେ ଜଳି ବୃଦ୍ଧା ଜୀବନ୍ତ ଦଗ୍ଧ
ନିଆଁରେ ଜଳି ବୃଦ୍ଧା ଜୀବନ୍ତ ଦଗ୍ଧ
ମୃତ ବୃଦ୍ଧା ଜଣକ ମହେଶ୍ବର ମହାନ୍ତଙ୍କ ପତ୍ନୀ ରୁକ୍ମଣୀ ମହାନ୍ତ ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ