କେନ୍ଦୁଝର:କେନ୍ଦ୍ରସରକାର ଅନଲକ-୩ର ନିର୍ଦ୍ଦେଶନାମା ଜାରି କରିଲା ପରେ ରାଜ୍ୟ ସରକାର ଶୁକ୍ରବାର ସନ୍ଧ୍ୟାରେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂତନ ନିର୍ଦ୍ଦେଶନାମାରେ ପୂର୍ବରୁ ଜାରି ନିୟମରେ କୋହଳ କରିଛନ୍ତି ରାଜ୍ୟ ସରକାର । ଏହି ନିର୍ଦ୍ଦେଶନାମାରେ ରାଜ୍ୟର ପାଞ୍ଚୋଟି ସ୍ଥାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଟଡାଉନକୁ ହଟାଇଛନ୍ତି ସରକାର ।
ପୂର୍ବରୁ କେନ୍ଦୁଝର ଜିଲ୍ଲାକୁ ଜୋନ-୧ ପରିଧି ମଧ୍ୟରେ ରଖିଲା ପରେ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଥିଲେ ଜିଲ୍ଲା ପ୍ରଶାସନ ।