ଓଡିଶା

odisha

ETV Bharat / state

ଗାଁରେ ବହୁଛି ସଚେତନତାର ମଳୟ, ଜାଳେଣି କାଠର ବିକଳ୍ପ ସାଜିଛି ଶୁଖିଲା ଶାଳ ପତ୍ର - sal leaves have taken the place of firewood

କାଠ ମାଫିଆଙ୍କ ଦାଉରେ ସ୍ଥିତି ହରାଉଛି ଗାଢ ନୀଳ ରଙ୍ଗର ସବୁଜ ବଳୟ ! ଅବକ୍ଷୟର କୁଠାରଘାତରେ ଧରଣୀରାଣୀ ଅଣନିଶ୍ବାସୀ। ଵିଚରା ଏ ଜଙ୍ଗଲୀ ମଣିଷର ଦୁଃଖ ଶୁଣିବ ବା କିଏ ? ଏକଦା ଶାଳ ଜଙ୍ଗଲରେ ଭରପୁର ଏ ଜଙ୍ଗଲ ଏବେ କାଠମାଫିଆଙ୍କ କଵ୍ଜାରୁ ମୁକ୍ତ ହୋଇ ଗାଁ କମିଟିର ସୁରକ୍ଷାବଳୟରେ ରହୁଛି ! କାରଣ ବର୍ତ୍ତମାନ ଗାଁ ଗାଁରେ ବହୁଛି ସଚେତନତାର ହାୱା ଓ ଜାଳେଣି କାଠର ବିକଳ୍ପ ସାଜିଛି ଶୁଖିଲା ଶାଳ ପତ୍ର। ଅଧିକ ଖବର ପଢନ୍ତୁ...

sal leaves have taken the place of firewood
ଗାଁରେ ବହୁଛି ସଚେତନତାର ବାର୍ତ୍ତା, ଜାଳେଣି କାଠର ବିକଳ୍ପ ଶୁଖିଲା ଶାଳ ପତ୍ର

By

Published : Apr 30, 2020, 6:47 PM IST

Updated : Apr 30, 2020, 7:05 PM IST

କେନ୍ଦୁଝର: କ୍ରମଶଃ ଅବକ୍ଷୟ ହେବାରେ ଲାଗିଛି ଜଙ୍ଗଲ। ମଣିଷ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ଜଙ୍ଗଲ କାଟି ଚାଲିଛି । ସରକାର ଜଙ୍ଗଲ ସଂରକ୍ଷଣ ନେଇ ଯେତେ ଡିଣ୍ଡିମ ପିଟୁଥିଲେ ମଧ୍ୟ ଜଙ୍ଗଲ ଅବକ୍ଷୟ ରୋକିବାକୁ ଅକ୍ଷମ ଥିବା ଜଣାପଡୁଛି।

ମଣିଷ ଏହି ଜଙ୍ଗଲ ଉପରେ ବିଶେଷ କରି ଜାଳେଣି କାଠ ପାଇଁ ନିର୍ଭରଶୀଳ । ଏହି ଜଙ୍ଗଲ କାଟି ନିଜ ଘର ସହ ଏହାକୁ ବିକ୍ରି କରି ନିଜ ରୋଜଗାର ମେଣ୍ଟାଇଥାଏ । କିନ୍ତୁ ଏବେ ଗାଁ ଗାଁ ରେ ଲୋକେ ସଚେତନ ହେଲେଣି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝରରେ।

ଗାଁ ଲୋକେ ହେଲେଣି ସଚେତନ, ଜାଳେଣି କାଠର ବିକଳ୍ପ ଶୁଖିଲା ଶାଳ ପତ୍ର

ନିଜ ଗ୍ରାମ୍ୟ ଜଙ୍ଗଲକୁ ଅବକ୍ଷୟ ହେବାରୁ ରୋକିବା ପାଇଁ ଜଙ୍ଗଲ କମିଟି କରି ରକ୍ଷଣାବେକ୍ଷଣ କରୁଛନ୍ତି । କୌଣସି ଗ୍ରାମବାସୀ ଏହି ଜଙ୍ଗଲରୁ କାଠ ନେବାକୁ ହେଲେ କମିଟି ଠାରୁ ଅନୁମତି ନେବାକୁ ପଡେ। ଏହାର ଖିଲାପ କଲେ ଦଣ୍ଡ ବ୍ୟବସ୍ଥା ମଧ୍ୟ କମିଟି କରିଥାଏ । ଗାଁ ଗାଁ ରେ ଜଙ୍ଗଲ ସଂରକ୍ଷଣ ଯୋଗୁଁ ଜାଳେଣି କାଠ ର ବିକଳ୍ପ ସାଜିଛି ଏବେ ଶୁଖିଲାଶାଳ ପତ୍ର ।

କେନ୍ଦୁଝର ଜିଲ୍ଲାରେ ସମସ୍ତ ଗ୍ରାମରେ ଶାଳ ଜଙ୍ଗଲ ଦେଖିବାକୁ ମିଳିଥାଏ । ଏହି ଶାଳ ଜଙ୍ଗଲ ଖରା ଦିନରେ ପତ୍ର ଝଡା ଦେଇଥାଏ । ଉକ୍ତ ପତ୍ର ଗୁଡ଼ିକ ପୂର୍ବରୁ ପଡି ପଡି ନଷ୍ଟ ହେବା ସହ ଜଙ୍ଗଲରେ ନିଆଁ ଲାଗିବାରେ ମଧ୍ୟ ସହାୟକ ହେଉଥିଲା ।

କିନ୍ତୁ ଏବେ ଗ୍ରାମବାସୀ ଏହି ଶୁଖିଲା ପତ୍ର କୁ ସଂଗ୍ରହ କରି ଜାଳେଣି କାଠ ର ଅଭାବ ପୂରଣ କରି ପାରୁଛନ୍ତି । କେହି କେହି ଏହି ଶୁଖିଲା ଶାଳ ପତ୍ରକୁ ବିକ୍ରି କରି ନିଜ ରୋଜଗାଣ ପୂରଣ କରୁଛନ୍ତି । ଏହି ଶୁଖିଲା ପତ୍ର ଗୁଡ଼ିକ ଗୋଟିଏ ବର୍ଷ ର ଶୁଖିଲା ଜାଳେଣିର ଅଭାବ ପୂରଣ କରିବା ସହ ଜଙ୍ଗଲ ସଂରକ୍ଷଣ ରେ ମଧ୍ୟ ସହାୟକ ହେଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Apr 30, 2020, 7:05 PM IST

ABOUT THE AUTHOR

...view details