ଓଡିଶା

odisha

ETV Bharat / state

ଖାଦ୍ୟ ଆଣିବାକୁ ଯାଇ କାରାଗାର ପରିସରରେ ପଡି ବିଚାରଧିନ କଏଦୀ ମୃତ

୩ ବର୍ଷ ଧରି ବନ୍ଦୀ ଜୀବନ କାଟୁଥିଲେ କଏଦୀ ଜଣକ । ଖାଦ୍ୟ ଆଣିବାକୁ ଯାଇଥିବାବେଳେ ତଳେ ପଡି ଗୁରୁତର ହୋଇଥିଲେ କଏଦୀ ଜଣକ । ଚିକିତ୍ସାପାଇଁ ହସ୍ପିଟାଲ ନେବା ବାଟରେ ବୟସାଧିକ ଯୋଗୁଁ କଏଦୀ ଜଣକ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲା କାରାଗାର ପରିସରରେ ବିଚାରଧିନ କଏଦୀ ମୃତ
ଜିଲ୍ଲା କାରାଗାର ପରିସରରେ ବିଚାରଧିନ କଏଦୀ ମୃତ

By

Published : Aug 21, 2021, 6:57 PM IST

କେନ୍ଦୁଝର:ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ଜୀବନ କାଟୁଥିବା ବିଚରାଧିନ କଏଦୀଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ । ସୂଚନାନୁଯାୟୀ ୨୦୧୮ ମସିହାରେ ତେଲକୋଇରେ ଏକ ମଡ଼ର୍ର କେସରେ ସପରିବାରଙ୍କ ସହ ଆଜୀବନ ସଜା ଭୋଗୁଥିଲେ ।

ଜିଲ୍ଲା କାରାଗାର ପରିସରରେ ବିଚାରଧିନ କଏଦୀ ମୃତ

ଆଜି (ବୁଧବାର) କାରାଗାର ପରିସରରେ ଖାଦ୍ୟ ଆଣିବାକୁ ଯାଇ ତଲେ ପଡି ଆହତ ହୋଇଥିଲେ କଏଦୀ ଜଣକ । ତାଙ୍କୁ ଜେଲ୍ ପରିସରରୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ସମୟରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ କଏଦୀ ଜଣକ ହେଉଛନ୍ତି କୀର୍ତ୍ତନ କିଷାନ । ତେବେ ବୟସାଧିକ ଯୋଗୁଁ ଗୁରୁତର ଆହତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଜେଲର ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details