ଓଡିଶା

odisha

By

Published : May 16, 2021, 4:53 PM IST

Updated : May 17, 2021, 6:30 PM IST

ETV Bharat / state

ଶୋକାକୁଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଯବାନଙ୍କ ସ୍ମୃତିରେ ଗ୍ରାମରେ ଶୋକାକୁଳ ପରିବେଶ । ଶୋକର ଛାୟା ମଧ୍ୟରେ ପଞ୍ଚଭୂତରେ ଲୀନ ହେଲା ଯବାନଙ୍କ ପାର୍ଥୀବ ଶରୀର । ଅଧିକ ପଢନ୍ତୁ...

ଶୋକାକୁଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ଶୋକାକୁଳ ପରିବେଶ ମଧ୍ୟରେ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର:ଯବାନଙ୍କ ସ୍ମୃତିରେ ଗାଁରେଶୋକାକୁଳ ପରିବେଶ । ସମସ୍ତଙ୍କ ଆଖିରୁ ଝରୁଥିଲା ଲୁହ । ଗାଁର ଲଢ଼ୁଆ ପୁଅ ଲକ୍ଷ୍ମଣ ମାଝୀଙ୍କ ମରଶରୀର ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ଜାରିକିନାଳି ଗାଁ ରେ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଗତ ୧୩ ତାରିଖ ସକାଳ ୯ ଟା ସମୟରେ ଗୌହାଟୀ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷଣଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଯବାନଙ୍କ ସ୍ମୃତିରେ ଗ୍ରାମରେ ଶୋକାକୁଳ ପରିବେଶ । ଶୋକର ଛାୟା ମଧ୍ୟରେ ପଞ୍ଚଭୂତରେ ଲୀନ ହେଲା ଯବାନଙ୍କ ପାର୍ଥୀବ ଶରୀର । ଅଧିକ ପଢନ୍ତୁ...

୨୦୧୪ ମସିହାରେ ଲକ୍ଷ୍ମଣ ପ୍ରଥମେ ଖୋର୍ଦ୍ଧାରେ ଚାକିରୀରେ ଯୋଗ ଦେବା ପରେ ଅରୁଣାଚଳ ପ୍ରଦେଶର ଆଇଟିବିପି ୨୦ ବାଟାଲିୟନରେ ଭାରତ ଓ ଚୀନ ସୀମାରେ ଏଲନ ଠାରେ ଯୋଗ ଦେଇଥିଲେ । ସେଠାରେ କାର୍ଯ୍ୟରତ ଅବସ୍ଥାରେ ଥିବା ବେଳେ ଅସୁସ୍ଥ ହେବାରୁ ତାଙ୍କୁ ଗୌହାଟୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ମରଶରୀର ଗାଁରେ ପହଁଚିଥିଲା। ଏହାପରେ ଆଇଟିବିପି ୪୧ ବାଟାଲିୟନର ଯବାନ ଓ ପାଟଣା ପୋଲିସ ଗାର୍ଡ ଅଫ ଅନର ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲା । ଶୋକର ଛାୟା ମଧ୍ୟରେ ପଞ୍ଚଭୂତରେ ଲୀନ ହୋଇଛି ଲକ୍ଷଣ ମାଝୀଙ୍କ ପାର

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 17, 2021, 6:30 PM IST

ABOUT THE AUTHOR

...view details