ଓଡିଶା

odisha

ETV Bharat / state

60 ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଶାଳକାଠ ଜବତ କଲା ବନ ବିଭାଗ

ପାଟଣା ବନାଞ୍ଚଳ ଅଧିକାରୀକୁ ମିଳିଛି ବଡ଼ ସଫଳତା । ଉକ୍ତ ଅଧିକାରୀଙ୍କ ସାବଧାନତା ଯୋଗୁଁ ଧରା ପଡିଛି ଚୋରା ଚାଲାଣ ହେଉଥିବା ଶାଳ କାଠ । ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଷାଠିଏ ଖଣ୍ଡ ଶାଳ କାଠ ସହ ବାଲେରୋକୁ ଜବତ କରିବାରେ ସଫଳ ହୋଇଥିଲା ବନ ବିଭାଗ ।

By

Published : Sep 8, 2020, 4:28 PM IST

60 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଜବତ କଲା ଜଙ୍ଗଲ ବିଭାଗ
60 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଜବତ କଲା ଜଙ୍ଗଲ ବିଭାଗ

କେନ୍ଦୁଝର: ପାଟଣା ବନାଞ୍ଚଳ ଅଧିକାରୀକୁ ମିଳିଛି ବଡ଼ ସଫଳତା । ଉକ୍ତ ଅଧିକାରୀଙ୍କ ସାବଧାନତା ଯୋଗୁଁ ଧରା ପଡିଛି ଚୋରା ଚାଲାଣ ହେଉଥିବା ଶାଳ କାଠ । ଏକ ବୋଲେରୋ ଯୋଗେ କରଞ୍ଜିଆ ଅଞ୍ଚଳରୁ ଉକ୍ତ ଚୋରା କାଠ ସବୁ ଆସୁଥିବା ଖବର ପାଇ ପାଟଣା ବନ ବିଭାଗ ଅଧିକାରୀ କୌଶଳ କ୍ରମେ ଏହାକୁ ଧରିଥିଲେ ।

60 ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଜବତ କଲା ଜଙ୍ଗଲ ବିଭାଗ

ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଷାଠିଏ ଖଣ୍ଡ ଶାଳ କାଠ ସହ ବାଲେରୋକୁ ଜବତ କରିବାରେ ସଫଳ ହୋଇଥିଲା ବନ ବିଭାଗ । କାଠ ଗୁଡିକର ଆନୁମାନିକ ମୂଲ୍ୟ ଷାଠିଏ ହଜାରରୁ ଉର୍ଦ୍ଧ୍ବ ହୋଇଥିବା ପ୍ରକାଶ କରିଛି ପାଟଣା ବନ ବିଭାଗ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details