କେନ୍ଦୁଝର: ବର୍ତ୍ତମାନ ସାରା ଦେଶରେ କୋରୋନା ମହମାରୀ ତାର କାୟା ବିସ୍ତାର କରିଚାଲିଛି । ଏହି କରୋନା ପାଇଁ ସାରା ଦେଶରେ ଲକଡାଉନ ପରେ ଅନଲକ ୩ ସରକାର ଘୋଷଣା କରିଛନ୍ତି । ଏହି ଅନଲକ ୩ ରେ ଜନଜୀବନ ସ୍ୱାଭାବିକ ହେବା ପରେ ଲୋକଙ୍କ ପାଇଁ ସରକାର ବହୁ ଘୋଷଣା କରୁଛନ୍ତି । ଏହି ଲକଡାଉନରେ ବିଶେଷ ଭାବେ ଛାତ୍ରଛାତ୍ରୀମାନଙ୍କ କ୍ଷତି ହୋଇଛି ।
ଚଳିତ ବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା ବେଳେ ପରୀକ୍ଷା ମଧ୍ୟ ବନ୍ଦ ହୋଇଥିଲା । ଜେଇଇ ନିଟ ପରୀକ୍ଷା ବନ୍ଦ ହୋଇଥିବା ବେଳେ ସରକାର ନୂତନ ତାରିଖ ଘୋଷଣା କରିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏହି ଜେଇଇ ନିଟ ପରୀକ୍ଷାର୍ଥୀ ଙ୍କୁ ସହଯୋଗ କରିବା ପାଇଁ ହାତ ବଢାଇଛି କେନ୍ଦୁଝର ଜିଲ୍ଲା ପ୍ରଶାସନ ।