ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର - Coronavirus News

ମହାମାରୀ କୋରୋନା ମୁକାବିଲା ପାଇଁ ସରକାର ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିଛନ୍ତି । ଘଷିପୁରା ବ୍ଲକ ଅନ୍ତର୍ଗତ ବ୍ଲକ ଗଡବାନ୍ଦଗୋଡା ପଞ୍ଚାୟତର କଲ୍ୟାଣୀ ବିଦ୍ୟାଳୟକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

temporary health center in the panchayat to fight against coronavirus
କୋରୋନାର ମୁକାବିଲା ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର

By

Published : Mar 29, 2020, 5:08 PM IST

ଆନନ୍ଦପୁର: କୋରୋନାର ମୁକାବିଲା ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର । ସାରା ବିଶ୍ବରେ ଆତଙ୍କିତ କରିଥିବା ମହାମାରୀ କୋରୋନାକୁ ସାମନା କରିବାପାଇଁ ସରକାର ପଞ୍ଚାୟତ ସ୍ତରରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାମାରୀ କୋରୋନାର ମୁକାବିଲା ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପଞ୍ଚାୟତ ସ୍ତରରେ ଖୋଲାଯିବ ।

କୋରୋନାର ମୁକାବିଲା ପାଇଁ ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର

କୋରୋନାର ଭୟାବହତା ଦେଖି ସରକାର ପ୍ରତି ପଞ୍ଚାୟତରେ କୋରୋନା ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ ଅନ୍ତର୍ଗତ ବ୍ଲକ ଗଡବାନ୍ଦଗୋଡା ପଞ୍ଚାୟତର କଲ୍ୟାଣୀ ବିଦ୍ୟାଳୟକୁ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇଛି । କୋରୋନା ପାଇଁ ଦୃଢ ପଦକ୍ଷେପ ଭାବରେ ପ୍ରତି ପଞ୍ଚାୟତରେ ଆଇସଲେସନ ୱାର୍ଡା ସହିତ 50 ଟି ବେଡର ବ୍ୟବସ୍ଥା କରାଯାଇଛି ।

ସରପଞ୍ଚ ଓ ନୋଡାଲ‌ ଅଫିସର ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଛନ୍ତି । ସରକାରଙ୍କ ଗାଇଡ ଲାଇନ ଅନୁସାରେ ବେଡ, ପାଣି, ବିଦ୍ୟୁତ, ଫ୍ୟାନ,ଇନଭରେଟର, ଫିଲଟର ଓ ଡଷ୍ଟବିନ୍ ଆଦି ସମସ୍ତ ଉପକରଣ ପ୍ରସ୍ତୁତ ରଖାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details