ଓଡିଶା

odisha

ETV Bharat / state

ବାଲି ଚୋରାଚାଲାଣବେଳେ 5 ଟ୍ରାକ୍ଟର ଜବତ କଲେ ତେଲକୋଇ ତହସିଲଦାର - ବାଲି ଚୋରାଚଲାଣ ବେଳେ 5 ଟ୍ରାକ୍ଟର ଜବତ କଲା ତେଲକୋଇ ତହସିଲଦାର

କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅନ୍ତର୍ଗତ ସମାକୋଇ ନଦୀରୁ ବାଲି ଚୋରାଚାଲାଣ ବେଳେ ପାଞ୍ଚ ଟ୍ରାକ୍ଟର ଜବତ। କୋରୋନା ଯୋଗୁଁ ନିଲାମ ହୋଇନଥିବା ବାଲିଘାଟରୁ ବାଲି ଉଠାଣବେଳେ ଚଢାଉ କରିଛି ଜବତ କରିଛି ରାଜସ୍ବ ବିଭାଗ । ଅଧିକ ପଢନ୍ତୁ...

ବାଲି ଚୋରାଚଲାଣ ବେଳେ 5 ଟ୍ରାକ୍ଟର ଜବତ କଲେ ତେଲକୋଇ ତହସିଲଦାର
ବାଲି ଚୋରାଚଲାଣ ବେଳେ 5 ଟ୍ରାକ୍ଟର ଜବତ କଲେ ତେଲକୋଇ ତହସିଲଦାର

By

Published : Aug 12, 2020, 4:43 PM IST

କେନ୍ଦୁଝର: ବାଲି ଚୋରାଚାଲାଣବେଳେ ପାଞ୍ଚ ଟ୍ରାକ୍ଟର ଜବତ କଲା ରାଜସ୍ବ ବିଭାଗ । କୋରୋନା ଯୋଗୁଁ ନିଲାମ ହୋଇନଥିବା ବାଲିଘାଟରୁ ବାଲି ଉଠାଣବେଳେ ଚଢାଉ କଲା ତେଲକୋଇ ତହସିଲଦାର ।

କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅନ୍ତର୍ଗତ ସମାକୋଇ ନଦୀର କୁମୁଣ୍ଡୁ ଘାଟରୁ ବାଲି ଚୋରା ଚାଲାଣବେଳେ ୫ ଟ୍ରାକ୍ଟରକୁ ତେଲକୋଇ ତହସିଲଦାର ଅଶ୍ବିନୀ କୁମାର ନାୟକ ଜବତ କରିଛନ୍ତି । କୋରୋନା ପାଇଁ ଗତ ମାର୍ଚ୍ଚ ମାସରେ ତେଲକୋଇ ବାଲିଘାଟକୁ ଛାଡି ଅନ୍ୟ ବାଲିଘାଟ ଗୁଡିକ ନିଲାମ ହୋଇ ନଥିବାରୁ ସମସ୍ତ ବାଲିଘାଟ ଗୁଡିକ ଉପରେ ରାଜସ୍ବ ବିଭାଗ ନଜର ରଖିଥିଲା ।

ବାଲି ଚୋରାଚଲାଣ ବେଳେ 5 ଟ୍ରାକ୍ଟର ଜବତ କଲେ ତେଲକୋଇ ତହସିଲଦାର

ବୁଧବାର ପ୍ରାୟ ଦିନ ଗୋଟାଏ ବେଳକୁ ସମାକୋଇ ନଦୀର କୁମୁଣ୍ଡ ଘାଟରେ ତେଲକୋଇ ତହସିଲଦାର ଚଢାଉ କରି ଦୁଇଟି ନମ୍ବର ବିହିନ ଟ୍ରାକ୍ଟର ସହିତ ମୋଟ ୫ଟି ଟ୍ରାକ୍ଟର ଜବତ କରିଛନ୍ତି । ସେହିଭଳି ଆଗାମୀ ଦିନରେ ଚୋରା ବାଲି ଚାଲାଣ ରୋକିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details