ଓଡିଶା

odisha

ETV Bharat / state

ପିଲାଙ୍କୁ ଦଣ୍ଡ ଦେଇ ସାର୍ ସସପେଣ୍ଡ - teacher suspended

teacher suspended
ପିଲାଙ୍କୁ ଦଣ୍ଡ ଦେଇ ସସପେଣ୍ଡ ହେଲେ ସାର୍

By

Published : Jan 20, 2020, 9:40 PM IST

Updated : Jan 20, 2020, 10:14 PM IST

21:36 January 20

ପିଲାଙ୍କୁ ଦଣ୍ଡ ଦେଇ ଶିକ୍ଷକ ସସପେଣ୍ଡ

ପିଲାଙ୍କୁ ଦଣ୍ଡ ଦେଇ ସସପେଣ୍ଡ ହେଲେ ସାର୍

କେନ୍ଦୁଝର: ବର୍ବରତାର ସବୁ ସୀମା ଲଙ୍ଘିଲେ ଶିକ୍ଷକ । ପାଠ କହି ନପାରିବାରୁ ଦେଲେ ଅକଥନୀୟ ନିର୍ଯାତନା । ସ୍କୁଲ ବାରଣ୍ଡାରେ ଛାତ୍ରଛାତ୍ରୀଙ୍କୁ ଅଣ୍ଠେଇ ବାଡିରେ ନିର୍ଦ୍ଧୁମ ଛେଚିଲେ ଶିକ୍ଷକ । ଆଉ ଏହି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସେହି ସ୍କୁଲର ସାର୍ ରତି ନାରାୟଣ ରାଉତ ପିଲାଙ୍କୁ ନିର୍ଦ୍ଧୁମ ପିଟିଛନ୍ତି । ଯାହାପରେ ସାରଙ୍କୁ ସସପେଣ୍ଡ କରାଯାଇଛି । 

ତେବେ ଭିଡିଓ ଭାଇରାଲ୍‌ ହେବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ସଂପୃକ୍ତ ପ୍ରଧାନ ଶିକ୍ଷକ ରତିକାନ୍ତ ରାଉତଙ୍କୁ ସସପେଣ୍ଡ କରିଛି ହରିଚନ୍ଦନପୁର ବ୍ଲକ ଶିକାଧିକାରୀ କାର୍ଯ୍ୟାଳୟ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସସପେଣ୍ଡ ସମୟରେ ସେ ମୁଖ୍ୟାଳୟରେ ରହିବେ ।

ସ୍କୁଲର ଶିକ୍ଷକ ରତି ନାରାୟଣ ରାଉତ ପାଠ ପଢାଉଥିବା ବେଳେ ପିଲାମାନେ ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ । ଏହାପରେ ଶିକ୍ଷକ ଜଣଙ୍କ ରାଗିଯାଇ ୧୦ରୁ ୧୨ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇ ଦେବା ସହିତ ବାଡିରେ ଛାତ୍ରଛାତ୍ରୀମାନଙ୍କୁ ଅମାନବୀୟ ଭାବେ ନିର୍ଦ୍ଧୁମ ପିଟିଥିଲେ । 

ପିଲାମାନେ କାନ୍ଦି କାନ୍ଦି ଯେତେ ନେହୁରା ହୋଇଥିଲେ ମଧ୍ୟ ଶିକ୍ଷକ ଜଣଙ୍କ ଶୁଣି ନଥିଲେ । ଶିକ୍ଷକ ଯେଉଁଭଳି ଭାବେ ପିଟୁଥିଲେ ତାହାର ଚିତ୍ର ଯେ କେହି ବି ଦେଖିଲେ, ଲୋମ ଟାଙ୍କୁରି ଉଠିବ । ଶିକ୍ଷକ ଏଭଳି କାଣ୍ଡ ଆମ ଶିକ୍ଷା ବ୍ୟବସ୍ଥା ଉପରେ କି ପ୍ରଭାବ ପକାଇବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଏଘଟଣା ସମ୍ପର୍କରେ ଛାତ୍ରୀମାନେ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପଟେ ଶିକ୍ଷକଙ୍କୁ ଏନେଇ ପଚାରିବାରୁ ସେ ମଧ୍ୟ ଅଜବ ଉତ୍ତର ଦେଇଥିଲେ । ପିଲା ପାଠ ପଢୁ ନାହାଁନ୍ତି, ଯେତେ କହିଲେ ବି ଶୁଣୁ ନାହାନ୍ତି । ତେଣୁ ନପିଟିଲେ ହେବନି ବୋଲି କହିଛନ୍ତି ସମ୍ପୃକ୍ତ ଶିକ୍ଷକ । 

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ 

Last Updated : Jan 20, 2020, 10:14 PM IST

ABOUT THE AUTHOR

...view details