ଆନନ୍ଦପୁର:ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ଅସଦାଚରଣ କଲେ ସେହି ବିଦ୍ୟାଳୟର ଶିକ୍ଷକ । ଶିକ୍ଷୟତ୍ରୀଙ୍କ ଅଭିଯୋଗ ପରେ ଜେଲ ଗଲେ ଲମ୍ପଟ ଶିକ୍ଷକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ହୋଇଛି । ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି ।
ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ, ଜେଲ ଗଲେ ରସିକ ଶିକ୍ଷକ ସୋମବାର ବିଦ୍ୟାଳୟରେ ପିଡ଼ିତା ଶିକ୍ଷୟିତ୍ରୀଙ୍କୁ ଏକାକୀ ପାଇ ଟଣାଓଟରା କରିଥିଲେ ଶିକ୍ଷକ ମଙ୍ଗେସ ବେହେରା । ଏହାସହ ତାଙ୍କ ଫଟୋ ଉତ୍ତୋଳନ କରିବାକୁ କରିବାକୁ ଉଦ୍ୟମ କରିଥିଲେ । ତେବେ କୌଣସି ଉପାୟରେ ଶିକ୍ଷୟିତ୍ରୀ ଜଣକ ଅଭିଯୁକ୍ତ ଶିକ୍ଷକଙ୍କ କବଳରୁ ଖସି ଆସିଥିଲେ ।
ପରେ ଶିକ୍ଷୟିତ୍ରୀ ଜଣଙ୍କ ଶିକ୍ଷକ ମଙ୍ଗେସଙ୍କ ମୋବାଇଲ ଫୋନ ଛଡ଼ାଇ ଆଣିଥିଲେ । ଏହାପରେ ତାଙ୍କୁ ଜୋତାରେ ପିଟିଥିଲେ । ବହୁଦିନ ଧରି ମଙ୍ଗେସ୍ ପିଡ଼ିତା ଶିକ୍ଷୟିତ୍ରୀଙ୍କ ଉପରେ କୁଦୃଷ୍ଟି ରଖିବା ଓ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଏଭଳି ଅଭିଯୋଗ କରିଛନ୍ତି ଶିକ୍ଷୟିତ୍ରୀ । ସେପଟେ ଘଟଣା ବିଷୟରେ ଅବଗତ ନଥିବା କଥା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।
ସେପଟେ ରୁଦ୍ରନାରାୟଣପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମଙ୍ଗେସ ବେହେରା ଜଣେ ବିବାହିତ ବୋଲି ଜଣା ପଡ଼ିଛି । ତାଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଥିବା କଥା କହିଛନ୍ତି ପିଡ଼ିତା । କୌଣସି ଏକ ଅଭିଯୋଗକୁ ନେଇ ପୂର୍ବରୁ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ତେବେ ପିଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ