ଓଡିଶା

odisha

ETV Bharat / state

୨୫ ହଜାର ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ - kendujhar vigilance catch govt employee

କେନ୍ଦୁଝର ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା । ସହର ଯୋଜନା ବିଭାଗରେ କାର୍ଯ୍ୟରତ ଜଣେ ଯାଞ୍ଚ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଅଧିକ ପଢନ୍ତୁ...

୨୫ହଜାର ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ
୨୫ହଜାର ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ

By

Published : Feb 22, 2021, 10:05 PM IST

କେନ୍ଦୁଝର: ଆଜି କେନ୍ଦୁଝର ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା । ସହର ଯୋଜନା ବିଭାଗରେ କାର୍ଯ୍ୟରତ ଜଣେ ଯାଞ୍ଚ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି ।

୨୫ହଜାର ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ

ସନ୍ଧ୍ୟାରେ କେନ୍ଦୁଝର ସହରର ଅଜୟ ବିଶ୍ଵକର୍ମା ନାମକ ବ୍ୟକ୍ତିଙ୍କ ଏକ ଘର ପ୍ଲାନକୁ ପାସ କରିବା ପାଇଁ ଉକ୍ତ ବିଭାଗର ନିମାଇଁ ଚରଣ ସାହୁ ନାମକ ଯାଞ୍ଚ ଅଧିକାରୀ ଚାଳିଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ମାଗିଥିବା ନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ପଚିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରିବାରେ ସଫଳ ହୋଇଛି । ଭିଜିଲାନ୍ସ ବିଭାଗ ଏକ ସଙ୍ଗେ ନିମାଇଁ ଚରଣ ସାହୁଙ୍କ ମାଇନିଂ ସ୍ଥିତ ଭଡାଘର ଓ ନିଜ ପୈତୃକ ବାସ ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details