ଓଡିଶା

odisha

ETV Bharat / state

ସ୍ବଚ୍ଛ ଭାରତ ମିଶନ: କୋର୍ଟ ପରିସର ସଫେଇ କଲେ ଜିଲ୍ଲା ଜଜ - ଜଜ ସଫା କଲେ କୋର୍ଟ ପରିସର

ମୋଦିଙ୍କ ସ୍ବଚ୍ଛ ଭାରତ ମ୍ୟାଜିକ୍ ଖେଳିଯାଇଛି ସାରା ଦେଶରେ। ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝରରେ। କୋର୍ଟ ପରିସର ସଫେଇ କଲେ ଜିଲ୍ଲା ଜଜ। ଅଧିକ ପଢନ୍ତୁ...

କୋର୍ଟ ପରିସର ସଫେଇ କଲେ ଜିଲ୍ଲା ଜଜ
କୋର୍ଟ ପରିସର ସଫେଇ କଲେ ଜିଲ୍ଲା ଜଜ

By

Published : Jan 17, 2021, 10:17 AM IST

କେନ୍ଦୁଝର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସ୍ବଚ୍ଛ ଭାରତ ମିଶନର ଲହରୀ ଖେଳିଯାଇଛି । ବେସରକାରୀ ଅନୁଷ୍ଠାନ ହେଉବା ସରକାରୀ ଅନୁଷ୍ଠାନ ସବୁଠି ଏବେ ସ୍ବଚ୍ଛତା ନେଇ ଯତ୍ନବାନ ହେଉଥିବା ଦେଖାଦେଇଛି । ସାଧାରଣ ଜନତାରୁ ସରକାରୀ କର୍ମଚାରୀ ସମସ୍ତେ ନିଜ ଆଖପାଖ ଅଞ୍ଚଳ ସ୍ବଚ୍ଛତାକୁ ନିଜେ ବଜାୟ ରଖୁଛନ୍ତି ।

ଏହି ଦିଗରେ କେନ୍ଦୁଝର ଜିଲ୍ଲା କୋର୍ଟର ଜଜ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଜିଲ୍ଲା ଜଜ ବେଣୁଧର ପାତ୍ର ନିଜ କୋର୍ଟର ଅନ୍ୟ ଜଜ ଓ କର୍ମଚାରୀଙ୍କୁ ନେଇ କୋର୍ଟ ପରିସରରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ଆଜି ରବିବାର ଥିବାରୁ ଜିଲ୍ଲା ଜଜ କୋର୍ଟ ପରିସର ଓ ବାହାରରେ ପଡିଥିବା ମଇଳା ଆବର୍ଜନାକୁ ସଫା କରିଥିଲେ ।

ଆଜିର ଏହି ସଫେଇ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ ଲୋକନାଥ ସାହୁ, ସିଜିଏମ ଲିଲି ସେନାପତି, ରେଜିଷ୍ଠର ମମତା ମହାନ୍ତି, ସବ ଜଜ ସ୍ୱର୍ଣ୍ଣଲତା ନାୟକ, ନେମଫେସିଂ ବିରଜା ପାତ୍ର, ସିପ୍ରା ସାହୁ, ଐଶ୍ୱରୀଆ କରଙ୍କ ସହ କୋର୍ଟର ବହୁ କର୍ମଚାରୀ ସାମିଲ ହୋଇଥିଲେ । କୋଭିଡ୍ କଟକଣା ଯୋଗୁଁ ଏହି ସ୍ବଚ୍ଛତା ଅଭିଯାନ ବନ୍ଦ ଥିବା ବେଳେ ପ୍ରତି ରବିବାର ଏହି ଅଭିଯାନ ଜାରି ରହିବ ବୋଲି ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details