ଓଡିଶା

odisha

ETV Bharat / state

ପୌରପାଳିକାରେ ସ୍ୱଚ୍ଛ ଭାରତ ମିଶନ ଫେଲ

କେନ୍ଦୁଝରଗଡ଼ ପୌରପାଳିକାରେ ସାମୂହିକ ପାଇଖାନାରେ ତ୍ରୁଟି ଦେଖିବାକୁ ମିଳିଛି । ସ୍ୱଚ୍ଛତା ପାଇଁ ପୌରପାଳିକା ଅନେକ ସ୍ଥାନରେ ସାମୂହିକ ପାଇଖାନା ନିର୍ମାଣ କରିଥିବାବେଳେ ବ୍ୟବହାର ପୂର୍ବରୁ ଏହା ଭାଙ୍ଗିରୁଜି ଗଲାଣି ।

By

Published : May 25, 2019, 10:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାଦା, କେନ୍ଦୁଝର

କେନ୍ଦୁଝର: ସ୍ୱଚ୍ଛତା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ରାଜସ୍ୱ ପାଇଁ ସେସ ମଧ୍ୟ ଲାଗୁ କରିଛନ୍ତି । ସାଧାରଣ ଜନତା କିପରି ସ୍ଵଚ୍ଛତାକୁ ନେଇ ଜାଗୃତ ହେବେ ସେଥିପାଇଁ ଘରେଘରେ ପାଇଖାନା ନିର୍ମାଣ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି । ଏହି ଅର୍ଥ ଦ୍ୱାରା ଗ୍ରାମ ଗୁଡିକରେ ଘରେ ଘରେ ପାଇଖାନାମାନ ନିର୍ମାଣ ହୋଇଛି । ମାତ୍ର ଅନେକ ସ୍ଥାନରେ ଏଥିରେ ଦେଖାଦେଉଛି ତୃଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାଦା, କେନ୍ଦୁଝର

କେନ୍ଦୁଝରଗଡ଼ ପୌରପାଳିକାରେ ସାମୂହିକ ପାଇଖାନାରେ ତ୍ରୁଟି ଦେଖିବାକୁ ମିଳିଛି । ସ୍ୱଚ୍ଛତା ପାଇଁ ପୌରପାଳିକା ଅନେକ ସ୍ଥାନରେ ସାମୂହିକ ପାଇଖାନା ନିର୍ମାଣ କରିଥିବାବେଳେ ବ୍ୟବହାର ପୂର୍ବରୁ ଏହା ଭାଙ୍ଗିରୁଜି ଗଲାଣି । କେଉଁଠି ଏହାକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯାଇଥିଲା ବେଳେ କେଉଁଠି ତାଲା ପକାଇ ରଖାଯାଇଛି ।

ତେବେ ଏନେଇ ଆମେ କେନ୍ଦୁଝରଗଡ଼ ପୌରପାଳିକା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details