ଓଡିଶା

odisha

ETV Bharat / state

ଭଣଜାର ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହରେ ମାମୁଁ ଅଟକ - ଘଷିପୁରା ଥାନା କେନ୍ଦୁଆ ଗ୍ରାମ

ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଣଜାକୁ ହତ୍ୟା କରିବା ସନ୍ଦେହରେ ମାମୁଁ ଗୋପାଳ ପଲେଇ ଥାନାରେ ଅଟକ ରଖାଯାଇଛି। ଅଧିକ ପଢନ୍ତୁ...

Suspicious death of nephew; Uncle in custody on suspicion of murder
ଭଣଜାର ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହରେ ମାମୁଁ ଅଟକ

By

Published : Sep 27, 2020, 7:18 AM IST

ଆନନ୍ଦପୁର:ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭଣଜାକୁ ହତ୍ୟା କରିଥିବା ସନ୍ଦେହରେ ମାମୁଁ ଗୋପାଳ ପଲେଇ ଥାନାରେ ଅଟକ ଥିବା ଜଣାପଡିଛି । ସୂଚନାମୁତାବକ,ଦୀର୍ଘଦିନ ହେବ ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ମାନ ନାଏକଙ୍କୁ ବିବାହ କରିଥିବା ମିଞ୍ଜୁ ନାଏକ କେନ୍ଦୁଆ ଗ୍ରାମର ନିଜ ଭାଇ ଗୋପାଳଙ୍କ ଘରେ ରହି ଆସୁଥିଲେ।

ଭଣଜାର ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହରେ ମାମୁଁ ଅଟକ

ତାଙ୍କ ୧୦ ବର୍ଷର ପୁଅ ଶିବଚରଣ ନାଏକ ମଧ୍ୟ ସେଠାରେ ରହି ପାଠ ପଢୁଥିଲେ । ଶୁକ୍ରବାର ଅଚାନକ ଶିବଚରଣ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଶିବଙ୍କୁ ମା ମିଞ୍ଜି ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ଶିବଙ୍କ ମାମୁଁ ଗୋପାଳଙ୍କ କହିବା ଅନୁଯାୟୀ ରାତି ସେ ବାହାରକୁ ଉଠିଲା ବେଳେ ତାଙ୍କ ଭଣଜା ଶିବର ମୃତଦେହ ଘର ବାହାରେ ପଡିଥିବା ଦେଖିବାକୁ ପାଇଥିଲେ । ସେ ଏ ବିଷୟରେ କାହାକୁ କିଛି ନଜଣାଇ ଶିବର ମୃତଦେହକୁ ପୋଡି ଦେଇଥିବା ଗୋପାଳ କହିଛନ୍ତି ।

ଏ ସମ୍ପର୍କରେ ସନ୍ଦେହଜାତ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ନିକଟରେ କେହି ଲିଖିତ ଅଭିଯୋଗ କରିନଥିଲେ ମଧ୍ୟ ନିଜ ଆଡୁ ପୋଲିସ ଏକ କେସ କରିବା ସହିତ ମାମୁଁ ଗୋପାଳକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details