ଓଡିଶା

odisha

ETV Bharat / state

ମହିଳାଙ୍କୁ ହତ୍ୟା ସନ୍ଦେହ, ତଦନ୍ତ ଆରମ୍ଭ - murder of woman

ମହିଳାଙ୍କ ମୃତ ଦେହ ଉଦ୍ଧାର ସହ ହତ୍ୟା ସନ୍ଦେହ। ଘଟଣାଟି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ମହିଳାଙ୍କୁ ହତ୍ୟା ସନ୍ଦେହ, ତଦନ୍ତ ଆରମ୍ଭ
ମହିଳାଙ୍କୁ ହତ୍ୟା ସନ୍ଦେହ, ତଦନ୍ତ ଆରମ୍ଭ

By

Published : Mar 21, 2021, 11:57 AM IST

କେନ୍ଦୁଝର: ମହିଳାଙ୍କ ମୃତଦେହ ଉଦ୍ଧାର ସହ ହତ୍ୟା ସନ୍ଦେହ। ଘଟଣାଟି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସବିତା ନାଏକ। ଆଜି ସକାଳୁ ସ୍ଥାନୀୟ କିଛି ଲୋକ ସବିତାଙ୍କ ଘର ବନ୍ଦ ଥିବା ବେଳେ ଘରୁ ନବାହାରିବାକୁ ନେଇ ସନ୍ଦେହ କରିଥିଲେ । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ।

ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀ ଘରେ ପଶି ଦେଖିବାରୁ ସବିତା ଜଣଙ୍କ ମୃତ ଅବସ୍ଥାରେ ଖଟ ଉପରେ ପଡି ରହିଥିଲେ । ଅନ୍ୟ ପକ୍ଷରେ କମ୍ବଳଟି ସବିତାଙ୍କ ମୁହଁରେ ରହିଥିବା ଦେଖିବାକୁ ମିଳିଥିଲା ।

ମହିଳାଙ୍କୁ ହତ୍ୟା ସନ୍ଦେହ, ତଦନ୍ତ ଆରମ୍ଭ

ଏଥରୁ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା । ଏହାପରେ ବାରିଆ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details