ଓଡିଶା

odisha

ETV Bharat / state

ସୁନାବେଶରେ ଝଟକିଲେ ବଳଦେବଜୀଉ - baladevjeeu

କେନ୍ଦୁଝରର ବଳଦେବଜୀଉଙ୍କ ମନ୍ଦିରରେ ଅନୁଷ୍ଠିତ ହେଲା ସୁନାବେଶ । ସୁନାବେଶ ଦେଖିବା ପାଇଁ ଜିଲ୍ଲାର ବିଭନ୍ନ ସ୍ଥାନରୁ ଛୁଟୁଛି ଭକ୍ତଙ୍କ ସୁଅ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 14, 2019, 1:32 AM IST

କେନ୍ଦୁଝର: ସରିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ଜଗନ୍ନାଥ ଭାଇଭଉଣୀଙ୍କ ସହ ମାଉସୀ ମା' ଘରୁ ନିଜ ଘରକୁ ଫେରିଛନ୍ତି ମହାବାହୁ । ଏପଟେ ଶନିବାର କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଆଜିର ଏହି ସୁନାବେଶରେ ଚତୁର୍ଦ୍ଧାମୂରତୀଙ୍କୁ ପ୍ରାୟ ୧୮ କିଲୋଗ୍ରାମ ଓଜନର ସୁନା ଓ ରୁପା ଅଳଙ୍କାରରେ ଭୁଷିତ କରାଯାଇଥିଲା । ପ୍ରଭୁ ବଳଦେବଜୀଉଙ୍କ ମୁକୁଟରେ ୧୦ଟି ପଥର ଥିବା ସୁନା ମୁକୁଟ, ସୁଭଦ୍ରାଙ୍କର ୧୨ଟି ଓ ଜଗନ୍ନାଥଙ୍କର ୧୨ଟି ପଥର ଥିବା ସୁନା ମୁକୁଟ ଖଞ୍ଜା ଯାଇଛି । ଏହାସହ ଏହି ତିନି ମୂର୍ତ୍ତିଙ୍କ ଦେହରେ ୫ଟି କିୟା ପତ୍ର, ସୁନା ପେଟି, କୁଣ୍ଡଳ, ପୟର ଆଦି ସୁନା ଗହଣା ମାନ ଖଞ୍ଜା ଯାଇଛି ।

ସୁନାବେଶ ଦେଖିବା ପାଇଁ ଜିଲ୍ଲାର ବିଭନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ସମାଗମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details