ଓଡିଶା

odisha

ETV Bharat / state

ଦଉଡି ସାଜିଛି ହଳଡିହିବାସୀଙ୍କ ଜୀବନ ରେଖା - Cross River for school

ଦଉଡି ସାହାଯ୍ୟରେ ଚାଲିଛି ନଈ ପାର୍ । ନଈ ଏପାରିରେ ଗାଁ, ସେପାରିରେ ଭବିଷ୍ୟତ । ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀ ଯାଉଛନ୍ତି ପାଠ ପଢିବାକୁ । ବିପଦ ସଙ୍କୁଳ ଭାବେ ଛାତ୍ରଛାତ୍ରୀ ନଈ ପାର୍ କରୁଥିବାର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।

ଦଉଡି ସାଜିଛି ହଳଡିହିବାସୀଙ୍କ ଜୀବନ ରେଖା

By

Published : Oct 26, 2019, 8:38 PM IST

କେନ୍ଦୁଝର: ଭରା ନଈ, ପାଦେ ପାଦେ ବିପଦ । କେତେବେଳେ ବି ଯାଇପାରେ ଜୀବନ । ବେକେ ପାଣିକୁ ଚିରି ପିଲା ବାହାରିଛନ୍ତି ପାଠ ପଢିବାକୁ । ଖାଲି ଛାତ୍ରଛାତ୍ରୀ କାହିଁକି ଲୋକେମାନେ ବି ନଦୀ ପାର କରି ଯାଉଛନ୍ତି ଗନ୍ତବ୍ୟ ସ୍ଥଳକୁ । ଆଉ ବଡ କଥା ହେଲା ନଈ ସେପାରିକୁ ଯିବା ପାଇଁ ସାହାରା ସାଜିଛି ଦଉଡି । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ବାଶଂପାଳ ବ୍ଲକ ହଳଡିହି ସାହି କଥା ।

ଦଉଡି ସାଜିଛି ହଳଡିହିବାସୀଙ୍କ ଜୀବନ ରେଖା

ଏହି ସାହିରେ ରୁହନ୍ତି ପ୍ରାୟ 50ରୁ ଊର୍ଦ୍ଧ୍ବ ପରିବାର । ଖରା ଦିନ ତ ଯେନତେଣ କଟିଯାଏ ହେଲେ ବର୍ଷା ହେଲେ ଯେମିତି ମାଡି ଆସେ ବିପଦ । କାରଣ ଗାଁ ସେପଟକୁ ଯିବାକୁ ହେଲେ ବାଟରେ ପଡେ ମାଳଦା ନାଳ । ଯାହାକୁ ପାର୍ କରିବା ପାଇଁ ପ୍ରଶାସନ ପକ୍ଷରୁ କେବଳ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ହେଲେ ସେହି ଅସ୍ଥାୟୀ ପୋଲ ବି ବର୍ଷା ଦାଉରୁ ଧୋଇଗଲା । ଫଳରେ ଗ୍ରାମବାସୀଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ଦଉଡି ଧରି ବିପଦ ସଙ୍କୁଳ ଭାବେ ନଦୀ ପାର ହୋଉଛନ୍ତି । ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ଆଜିର ଏ ଦୃଶ୍ୟ ବିକାଶର ଅସଲି ଚିତ୍ରକୁ ପଦାରେ ପକାଇ ଦେଇଛି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details