କେନ୍ଦୁଝର: ପାଠ ପଢାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ, ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ ନକରିବାରୁ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ(students protest in front of school for teachers problem) । ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜଂଘିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଉପୁଜିଛି (Janghira Primary School) । ବିଦ୍ୟାଳୟଟି ବହୁ ପୁରୁଣା ହୋଇଥିଲାବେଳେ ଶିକ୍ଷକ ଅଭାବ ଯୋଗୁଁ ଆଜି ଗେଟ୍ରେ ତାଲା ପକାଇଛନ୍ତି ଅଭିଭାବକ ।
ମିଳିଥିବା ସୂଚନା ଅନୁଯାୟୀ, ଜଂଘିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢନ୍ତି । ବିଦ୍ୟାଳୟରେ ମୋଟ ୨୫୮ ଜଣ ଛାତ୍ରଛାତ୍ରୀ ଥିବାବେଳେ ପାଠ ପଡାଇବା ପାଇଁ ପ୍ରଧାନଶିକ୍ଷକଙ୍କୁ ମିଶାଇ ମୋଟ ୫ଜଣ ଶିକ୍ଷକ ଥିବାରୁ ପାଠପଢାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ । ତେବେ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ଶିକ୍ଷକ ଅଭାବଥିବାରୁ ଏନେଇ ଉଚ୍ଚ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ ହୋଇଥିଲା । କିନ୍ତୁ କେହି କର୍ଣ୍ଣପାତ ନକରିବାରୁ ଆଜି ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଧାରଣାକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।
ଏହା ମଧ୍ୟ ପଢନ୍ତୁ-ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା, ଆନ୍ଦୋଳନ ଚେତାବନୀ ଦେଲେ ଅଭିଯୋଗକାରୀ