ଓଡିଶା

odisha

ETV Bharat / state

ଅନ୍‌ଲାଇନ ପରୀକ୍ଷା ଦାବିରେ ଓଏସ୍‌ଏମ୍‌ଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ - keonjhar district news'

ଅନଲାଇନରେ ପରୀକ୍ଷା କରିବା ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ....

ଅନ୍‌ଲାଇନ ପରୀକ୍ଷା ଦାବିରେ ଓଏସ୍‌ଏମ୍‌ଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ
ଅନ୍‌ଲାଇନ ପରୀକ୍ଷା ଦାବିରେ ଓଏସ୍‌ଏମ୍‌ଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

By

Published : Mar 30, 2021, 10:51 PM IST

କେନ୍ଦୁଝର :ଅନଲାଇନରେ ପରୀକ୍ଷା କରାଇବା ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଏପରି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଜିଲ୍ଲାର ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ (ଓଏସ୍‌ଏମ୍‌ଇ)ର ଛାତ୍ରୀଛାତ୍ର ଅନ୍‌ଲାଇନରେ ପରୀକ୍ଷା ଦାବିରେ ମଙ୍ଗଳବାର ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ର କରୋନାରେ ଆକ୍ରାନ୍ତ ହେଉଥିବାରୁ ଅନଲାଇନରେ ପରୀକ୍ଷା କରାଉଛନ୍ତି କର୍ତ୍ତୃପକ୍ଷ ।ଏଣୁ ଏଠାରେ ମଧ୍ୟ ଅନ୍‌ଲାଇନରେ ପରୀକ୍ଷା କରିବାକୁ ସେମାନେ ଦାବି କରି ଆନ୍ଦୋଳନରେ ବସିଥିଲେ ।

ଅନ୍‌ଲାଇନ ପରୀକ୍ଷା ଦାବିରେ ଓଏସ୍‌ଏମ୍‌ଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ଦିନରେ ଆନ୍ଦୋଳନର ସମାଧାନ ନ ହୋଇପାରିବାରୁ ସନ୍ଧ୍ୟାରେ ଟାୟାର ଜାଳି ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details