ଓଡିଶା

odisha

ସ୍କୁଲ ଫି ଦେଇ ନପାରି ଅନଲାଇନ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

By

Published : Sep 30, 2020, 7:45 PM IST

ପିଲାଙ୍କ ଭବିଷ୍ୟତ ସହ ଖେଳ । ସ୍କୁଲ ଫି ନଦେବାରୁ ଅନଲାଇନ ପାଠପଢାରୁ ବଞ୍ଚିତ ହେଲେ ରବିନ୍ଦ୍ର ବିଦ୍ୟାନିକେତନ ସ୍କୁଲର ଛାତ୍ରଛାତ୍ରୀ ।

Students are excluded from studying online due to non-payment of school fees
ସ୍କୁଲ ଫି ନଦେବାରୁ ଅନଲାଇନ ପାଠପଢାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

କେନ୍ଦୁଝର: କୋରୋନା ପାଇଁ ପିଲାଙ୍କ ପାଠ ପଢାକୁ ନେଇ ଚିନ୍ତା ଥିବା ବେଳେ ସ୍କୁଲ ଫି ଆହୁରି ଚିନ୍ତା ବଢାଇଛି । ସ୍କୁଲ ଫି ନଦେଇ ପାରି ଅନଲାଇନ ପାଠପଢାରୁ ବାଦ ପଡିଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ ରବିନ୍ଦ୍ର ବିଦ୍ୟାନିକେତନର ଛାତ୍ରଛାତ୍ରୀ ।

ସ୍କୁଲ ଫି ଦେଇ ନପାରି ଅନଲାଇନ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

ରାଜ୍ୟରେ କୋରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେଣୁ ଶିକ୍ଷା ବିଭାଗ ପିଲାମାନଙ୍କୁ ଅନଲାଇନରେ ପାଠ ପଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କେନ୍ଦୁଝରର ରବିନ୍ଦ୍ର ବିଦ୍ୟାନିକେତନ ସ୍କୁଲ କେବଳ ସ୍କୁଲ ଫି ଦେଇଥିବା ପିଲାଙ୍କୁ ପାଠ ପଢାଉଛି । ଫି ଦେଇ ନଥିବା ପିଲାଙ୍କୁ ଅନଲାଇନ ପାଠପଢାରୁ ବାଦ କରିଛି । କୋରୋନା ମହାମାରୀରେ ଅନେକ ଅଭିଭାବକ କାମଧନ୍ଦା ହରାଇ ଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ସ୍କୁଲ ଫି ଦେବା ପାଇଁ ଅଭିଭାବକ ଉପରେ ପକାଉଥିବା ଚାପ ଚିନ୍ତାର କାରଣ ହୋଇଛି । ଏ ନେଇ ଓଡିଶା ଅଭିଭାବକ ମହାସଂଘ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ଏ ମାମଲା ନେଇ ଆପୋଷ ବୁଝାମଣା କରିବାକୁ କହିବା ସହ ଚୂଡାନ୍ତ ରାୟ ନଆସିବା ଯାଏଁ କାହାକୁ ଶିକ୍ଷାଦାନରୁ ବଞ୍ଚିତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରବିନ୍ଦ୍ର ବିଦ୍ୟାନିକେତନ ସ୍କୁଲ ଏହାକୁ ମାନି ନଥିଲା ।

ତେଣୁ ଆଜି ରାଜ୍ୟ ଅଭିଭାବକ ମହାସଂଘର ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଅଭିଭାବକମାନେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅନୁପସ୍ଥିତିରେ ଡ଼ିପିସିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାକୁ ଗୁରୁତର ସହ ନେଇ ଉକ୍ତ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଡ଼ପିସି କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details